ଅର୍ଗସ ବ୍ୟୁରୋ: ଖୁସି ଖବର ଦେଲେ ଡାନିଏଲ ରାଡକ୍ଲିଫ୍। ହଲିଉଡ ଅଭିନେତା ଡାନିଏଲ ରାଡକ୍ଲିଫ୍। ହାରୀ ପୋଟରରେ ନିଖୁଣ ଅଭିନୟ କରି ସମସ୍ତଙ୍କ ହୃଦୟରେ ରାଜ କରିଥିବା ଡାନିଏଲ ଏବେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି। ଡାନିଏଲ ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡ ଏରିନ୍ ଡାର୍କ ଗର୍ଭବତୀ ଅଛନ୍ତି। ଏହି ଖବର ଏକ ମାଗାଜିନରୁ ସାମ୍ନାକୁ ଆସିଛି। ଯାହା ଏବେ ଅଭିନେତାଙ୍କ ନିକଟ ସୂତ୍ରରୁ ନିଶ୍ଚିତ ହୋଇଛି। ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ହେଲେ ଯଦି ସେ ସବୁଠାରୁ ଅଧିକ ଲୋକପ୍ରିୟ, ତାହା ହେଉଛି ତାଙ୍କର ସରିଜ୍ ହାରୀ ପୋଟର। ଯାହା ମାଧ୍ୟମରେ ସେ ଖୁବ କମ୍ ବୟସରେ ସାରା ବିଶ୍ୱରେ ବହୁ ଲୋକପ୍ରିୟତା ହାସଲ କରିଥିଲେ।
ଉଲ୍ଲେଖନୀୟ ଯେ, ଡାନିଏଲଙ୍କ ପରି ତାଙ୍କ ଗର୍ଲଫ୍ରେଣ୍ଡ ଏରିନ ମଧ୍ୟ ଜଣେ ଲୋକପ୍ରିୟ ହଲିଉଡ ଅଭିନେତ୍ରୀ। ସେ ଅନେକ ଚଳଚ୍ଚିତ୍ର କରିଛନ୍ତି। ଏଥି ସହିତ ସୁଟିଂ ସମୟରେ ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଆରମ୍ଭ ହୋଇଥିଲା। ଦୁହେଁ ପ୍ରଥମ ଥର ପାଇଁ ୨୦୧୩ ଚଳଚ୍ଚିତ୍ର କିଲ୍ ୟର୍ ଡାର୍ଲିଙ୍ଗ୍ସରେ ଏକାଠି କାମ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: