ହର୍ଷଦୀପ୍ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ସହିତ ତାଙ୍କ ସ୍ୱାମୀ ମନକୀତ୍ ସିଂ ନଜର ଆସୁଛନ୍ତି । ଦୁହେଁ ହାତରେ ଛୋଟ ଛୁଆର ଏକ ଡ୍ରେସ୍ ଧରିଥିବା ନଜର ଆସୁଛି । ଏହି ଫଟୋ ସହିତ କ୍ୟାପସନରେ ସେ ଲେଖିଛନ୍ତି ଯେ, ‘It’s a baby Boy’ । ଏହି ଫଟୋଟି ତାଙ୍କର ପ୍ରେଗ୍ନେନ୍ସି ସମୟର ବୋଲି ଜଣାପଡୁଛି ।
ପ୍ରକାଶ ଥାଉକି, ୨ ମାର୍ଚ୍ଚରେ ହର୍ଷଦୀପ୍ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ଲେଖିଛନ୍ତି ଯେ, ‘ସ୍ୱର୍ଗ କା ଏକ ଛୋଟା ସା ଟୁକ୍ଡା ଇସ୍ ଧର୍ତୀ ପର୍ ଆ ଗୟା ଔର ହମ୍ ମମ୍ମି ଡାଡି ବନ୍ ଗୟେ ‘ । ଆମର ଜୁନିଅର ସିଂ ଆସିଗଲେ ଏବଂ ଏହାଠାରୁ ବଡ ଖୁସିର କଥା ଆମ ପାଇଁ ଆଉ କିଛି ନୁହେଁ ।
ହର୍ଷଦୀପ୍ଙ୍କ ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସମାନଙ୍କ ସମେତ, ଅନେକ୍ କଳାକାର ତାଙ୍କୁ ଶୁଭକାମନା ଜଣାଉଛନ୍ତି ।