୧୯୯୮ ମସିହାରେ ମେହର ଜେସିୟାଙ୍କୁ ବିବାହ କରିଥିଲେ ଅଭିନେତା । ଏହା ପରେ ତାଙ୍କର ଦୁଇ ଝିଅ ମାୟରା ଓ ମାହିକା ନାମରେ ହୋଇଥିଲେ। କିନ୍ତୁ ଅର୍ଜୁ୍ନ୍ ରାମପାଲଙ୍କ ଏହି ବିବାହ ୨୦ ବର୍ଷ ହିଁ ଚାଲି ପାରିଥିଲା ଏବଂ ଏହାପରେ ଦୁହେଁ ସ୍ୱାମୀ, ସ୍ତ୍ରୀ ଅଲଗା ହୋଇଥିଲେ। ଏହା ପରେ ଅର୍ଜୁନ ଦକ୍ଷିଣ ଆଫ୍ରିକାର ମଡେଲ ଗାବ୍ରିଏଲା ଡିମେଟ୍ରେଡ୍ସଙ୍କୁ ଭଲପାଇଲେ। ଦୁହେଁ ଲିଭ୍-ଇନ୍ରେ ରହିବା ଆରମ୍ଭ କରିଥିଲେ। ଏହି ସମ୍ପର୍କର କିଛି ମାସ ପରେ ହିଁ ଗାବ୍ରିଏଲା ଅର୍ଜୁନଙ୍କ ପିଲାର ମା’ ହୋଇଥିଲେ। ସେମାନଙ୍କ ପୁଅର ନାଁ ‘ଏରିକ୍’ରଖିଥିଲେ।କିନ୍ତୁ ଗାବ୍ରିଏଲା ଓ ଅର୍ଜୁନଙ୍କ ବିବାହ ହୋଇନାହିଁ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।