ନୂଆଦିଲ୍ଲୀ : ବିଗ୍ବସ୍ ସିଜିନ୍-୧୩ ପରେ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି ହିମାଂସୀ ଖୁରାନା । ଗୋଟେ ପରେ ଗୋଟେ ତାଙ୍କର ପଞ୍ଜାବୀ ସଙ୍ଗ୍ ରିଲିଜ୍ ହେବା ସହିତ ସୋସିଆଲ ମିଡିଆରେ ଧୁମ୍ ମଚାଉଥିବା ଦେଖିବାକୁ ମିଳେ । ଏବେ ପୁଣି ତାଙ୍କର ଆଉ ଏକ ନୂଆ ପଞ୍ଜାବୀ ଗୀତ ରିଲିଜ୍ ହୋଇଯାଇଛି । ତାଙ୍କର ଏହି ଗୀତର ନାଁ ରହିଛି’ ସୁର୍ମା ବୋଲେ’ । କିଛି ଘଂଟା ପୂର୍ବରୁ ତାଙ୍କର ଏହି ଗୀତଟି ବ୍ରାଣ୍ଡ୍ ବି ନାମକ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହୋଇଛି ।
ହିମାଂସୀ ଏହି ଗୀତଟି ଗାଇବା ସହିତ ଏଥିରେ ଅଭିନୟ ମଧ୍ୟ କରିଛନ୍ତି । ବିଭିନ୍ନ ଲୋକେସନରେ ଏହାର ସୁଟିଂ କରାଯାଇଛି । ଏଥିରେ ଖୁବ୍ ସୁନ୍ଦର ଏକ୍ସପ୍ରେସନ୍ସ ସହିତ ବେଶ ଭଲ ଡାନ୍ସ ମଧ୍ୟ କରୁଛନ୍ତି ସେ । କିଛି ଘଂଟା ମଧ୍ୟରେ ଗୀତଟିକୁ ୧୪ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛି ।
ସୂଚନାଯୋଗ୍ୟ : ହିମାଂସୀ ସେତେବେଳେ ଅଧିକ ଲୋକପ୍ରିୟ ହୋଇଥିଲେ ଯେତେବେଳେ, ସେ ବିଗ୍ବସ୍ ସିଜିନ୍-୧୩ରେ ପ୍ରତିଯୋଗୀ ଭାବେ ପହଞ୍ଚିଥିଲେ । ହେଲେ ବିଗ୍ବସ୍କୁ ଆସିବା ପୂର୍ବରୁ ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା ଥିଲେ । ସେ ପଞ୍ଜାବୀ ଫିଲ୍ମ’ Sadda Haq’ରେ ତାଙ୍କର ଦମଦାର ଅଭିନୟ ପାଇଁ ବେଶ ଜଣାଶୁଣା । ୧୬ ବର୍ଷ ବୟସରେ ମଡେଲିଙ୍ଗ ମାଧ୍ୟମରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ।