ଭିଡିଓଟିକୁ ହିମେଶ ତାଙ୍କ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଭିନ୍ନ ଭିନ୍ନ ଅନ୍ଦାଜରେ ପୋଜ ଦେଇ ଫଟୋ କ୍ଲିକ୍ କରୁଥିବା ନଜର ଆସୁଛନ୍ତି । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ ନିଜ ନିଜର ରିଆକ୍ସନ୍ ଦେବାରେ ଲାଗିଛନ୍ତି ।
ପତ୍ନୀଙ୍କ ସହ ଝୁମିଲେ ହିମେଶ ରେସ୍ମିୟା

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ଦେଖିବାକୁ ମିଳନ୍ତି ହିମେଶ ରେସ୍ମିୟା । ସବୁବେଳେ ସେ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସ ମାନଙ୍କ ସହ ଯୋଡି ହୋଇ ରୁହନ୍ତି । ନିକଟରେ ସେ ପୁଣି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପତ୍ନୀ ସୋନିଆ କପୁରଙ୍କ ସହ ‘ଖିଚ୍ ମେରୀ ଫଟୋ’ ଗୀତରେ ଝୁମି ଝୁମି ଡାନ୍ସ କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏଥିରେ ଦୁହିଁଙ୍କ ଅନ୍ଦାଜକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ ।
Download Argus News App
