ମୁମ୍ବାଇ: ଛାଡପତ୍ର ପରେ ପୁଣି ଏକାଠି ମସ୍ତି କରିଥିବାର ଦେଖିବାକୁ ମିଳିଛନ୍ତି ହ୍ରିତିକ୍ ରୋଶନ୍ ଓ ସୁଜେନ୍ । ନିକଟରେ ସୁଜେନ ଓ ହ୍ରିତିକ୍ ଓ ତାଙ୍କର ସନ୍ତାନମାନଙ୍କୁ ମୁମ୍ବାଇର ଜୁହୁ ପିଭିଆରରେ ଦେଖିବାକୁ ମଳିଥିଲା । ସମସ୍ତେ ଏକାଠି କ୍ୟାପଟେନ୍ ମାର୍ବଲ ଫିଲ୍ମ ଦେଖିଥିଲେ । ସୂଚନାଯୋଗ୍ୟ 2014ରେ ହ୍ରିତିକ୍- ସୁଜେନଙ୍କର ଛାଡପତ୍ର ହୋଇଥିଲା । କିନ୍ତୁ ଏମାନେ ପରସ୍ପର ପ୍ରତି କେବେ ବି ଆରୋପ ପ୍ରତ୍ୟାରୋପ ଲଗାଇନାହାନ୍ତି ।

ଛାଡପତ୍ର ପରେ ମଧ୍ୟ ଉଭୟଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳେ । ସନ୍ତାନମାନଙ୍କୁ ଖୁସି ପାଇଁ ଉଭୟେ ଏକାଠି ହୋଇଥାନ୍ତି । ଏବଂ ଏକଦମ ଏକ ହାପି ଫ୍ୟାମିଲି ପରି ଲାଗନ୍ତି । ଉଭୟ ପରସ୍ପରର ସୁଖ ଦୁଃଖରେ ମଧ୍ୟ ଠିଆ ହୁଅନ୍ତି । ଏପରିକି ଆଗକୁ ଏମାନେ ଏକାଠି ହେବାର ସମ୍ଭାବନା ରହିଛି । ଏବେ ହ୍ରିତିକ୍ ନିଜର ଫିଲ୍ମ ସୁପର-30କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିହାରର ଏକ ଗଣିତ ଶିକ୍ଷକଙ୍କ ଉପରେ ଫିଲ୍ମଟି ଆଧାରିତ ।
