ଅର୍ଗସ ବ୍ୟୁରୋ: ଦୀପିକାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର ‘ଫାଇଟରରେ ନଜର ଆସିବେ ଦୀପିକା। ପ୍ରଥମ ଥର ଏକାଠି ସ୍କ୍ରିନ ସେୟାର କରିବେ ଦୁଇ ପପୁଲାର ଷ୍ଟାର ଆଜ୍ଞା ହଁ, ଋତିକ ରୋଶନ ଓ ଦୀପିକା ପାଦୁକୋଣଙ୍କୁ ଏକାଠି ଦେଖିବାର ସୁଯୋଗ ମିଳିବ।। ‘ପଠାନ’ ସିନେମା ବକ୍ସ ଅଫିସରେ ରେକର୍ଡ ଭାଙ୍ଗୀବା ଜାରି ରଖିଥିବା ବେଳେ ଏହାର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‘ଫାଇଟର୍’ର ସୁଟିଂ ଆରମ୍ଭ କରିଦେଇଛନ୍ତି। ସିଦ୍ଧାର୍ଥ ନିକଟରେ ପ୍ରକାଶ କରିଛନ୍ତି ଯେ ‘ଫାଇଟର’ ତାଙ୍କର ପୂର୍ବ ଦୁଇଟି ଚଳଚ୍ଚିତ୍ର ଭଳି ଆକ୍ସନରେ ପରିପୂର୍ଣ୍ଣ ହେବ।
୨୦୧୯ରେ ମୁକ୍ତିଲାଭ କରିଥିବା ‘ଓ୍ୱାର୍’ ଚଳଚ୍ଚିତ୍ରରେ ଋତିକଙ୍କ ଚମତ୍କାର ଅଭିନୟ ଦେଖିବା ପରେ ଦୀପିକା ତାଙ୍କ ସହିତ କାମ କରିବାର ଇଚ୍ଛା ବ୍ୟକ୍ତ କରିଥିଲେ। ଦୀପିକାଙ୍କ ଏହି ଇଚ୍ଛା ଶୀଘ୍ର ପୂରଣ ହେବାକୁ ଯାଉଛି। ଏଥିରେ ଅନିଲ କପୁର ଓ କରଣ ସିଂହ ଗ୍ରୋଭର ମଧ୍ୟ ଅଭିନୟ କରିବେ। ସୋମବାର ଦିନ ଅନ୍ୟାନ୍ୟ ଅଭିନେତାଙ୍କ ସହିତ ଏ ଦୁଇଜଣ ସୁଟିଂ ଲାଗି ମୁମ୍ୱାଇ ବିମାନବନ୍ଦରରୁ ବିଦେଶକୁ ଗସ୍ତ କରିଛନ୍ତି। ‘ପୂର୍ବରୁ ସିଦ୍ଧାର୍ଥଙ୍କ ଅଧିନରେ ଋତିକ ‘ଓ୍ୱାର୍’ ଏବଂ ଦୀପିକା ‘ପଠାନ୍କ୍ଷ ଚଳଚିତ୍ରରେ କାମ କରିସାରିଛନ୍ତି।
ମନୋରଂଞ୍ଜନ ନ୍ୟୁଜ ଆହୁରି ପଢନ୍ତୁ