ନୂଆଦିଲ୍ଲୀ : ଦେଶବାସୀଙ୍କ ଆଖିରୁ ନିଦ ହଜାଇ ଦେଇଛି ମହାମାରୀ କରୋନା । ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କରୋନା ସଂକ୍ରମିତଙ୍କ ଉପଯୁକ୍ତ ଟ୍ରିଟମେଣ୍ଟ ପାଇଁ ସରକାର ନିଜର ଚେଷ୍ଟା ଜାରି ରଖିବା ସହିତ, ଏହାରି ମଧ୍ୟରେ ଅନେକ୍ ସେଲିବ୍ରେଟି ଲୋକଙ୍କ ସାହାଯ୍ୟ କରିବାକୁ ଆଗକୁ ଆସୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଅଭିନେତା ହ୍ରିତିକ୍ ରୋଶନ ମଧ୍ୟ ସାମିଲ ହୋଇଛନ୍ତି । କରୋନା ପିଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ସେ । ଏଥିପାଇଁ ସେ ୧୫,୦୦୦ ଡଲାର ମାନେ, ପାଖାପାଖି ୧୧.୧୦ଟଙ୍କା ଦାନ କରିଛନ୍ତି ।
ଇଣ୍ଟରନ୍ୟାସନାଲ ଅଥର୍ ଏବଂ ପୋଡ୍କାଷ୍ଟର ଜୟ ଶେଟ୍ଟୀ ଦ୍ୱାରା ଭାରତକୁ ସାହାଯ୍ୟ ପାଇଁ ଚାଲିଥିବା ଅଭିଯାନ ପାଇଁ ହ୍ରିତିକ୍ ରୋଶନ୍ ଏହି ଟଙ୍କା ଦେଇଛନ୍ତି । ଜୟ ଶେଟ୍ଟୀ Help India Breathe
ନାଁରେ ଏକ ପାଣ୍ଠି ସଂଗ୍ରହ କରିଛନ୍ତି । ଯାହାର ଲକ୍ଷ କରୋନା ଯୁଦ୍ଧରେ ଭାରତ ପାଇଁ ଏକ ମିଲିୟନ୍ ଡଲାର୍ ଯୋଗାଡ କରିବା । ପ୍ରକାଶ ଥାଉକି, ହଲିଉଡରେ ପ୍ରିୟଙ୍କା ଚୋପ୍ରା,ୱିଲ ସ୍ମିଥ୍ , ସନ୍ ମେଣ୍ଡେସ୍,ଜୟ ଶେଟ୍ଟୀ, ଏଲେନ୍ ଡିଜେନେରେସ୍ , କମିଲା କାବେୟୋ ସମେତ, ଅନ୍ୟମାନେ ମଧ୍ୟ ସାହାଯ୍ୟ ପାଇଁ ପାଣ୍ଠି ଆରମ୍ଭ କରିଛନ୍ତି ।