ଆହୁରି ମଧ୍ୟ କହିଛନ୍ତି ମୋ ଶତ୍ରୁ ମାନଙ୍କୁ ଧନ୍ୟବାଦ ଜଣାଇବି ଯେଉଁମାନେ ଆଜିପର୍ଯ୍ୟନ୍ତ ମୋତେ ଶାନ୍ତିରେ ରହିବାକୁ ଦେଇନାହାନ୍ତି। ମୋତେ ଆଗକୁ ବଢ଼ିବା ସହ ଅହୁରି ସଂଘର୍ଷ କରିବାକୁ ଶିଖାଇଥିବାରୁ ହୃଦୟର ସହ କୃତଜ୍ଞତା ଜଣାଉଛି। ମୋ ବିଚାରଧାରା ଭାରି ସରଳ। ମୁଁ କେବେ କାହାର ଖରାପ ଚାହେଁନାହିଁ। ତେବେ ଯଦି ମୁଁ କାହାକୁ କେବେ ଆଘାତ ଦେଇଛି ତେବେ ସେଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି। ଶ୍ରୀ କୃଷ୍ଣଙ୍କ ଦୟାରୁ ମୋତେ ବହୁତ କିଛି ମିଳିଛି। ମୋ ମନରେ କାହା ପାଇଁ କିଛି ଖରାପ ଭାବନା ନାହିଁ। କଙ୍ଗନାଙ୍କ ଏହି ଭିଡିଓ ଦେଖିବାପରେ କଙ୍ଗନାଙ୍କୁ ୟୁଜସମାନେ ବାର୍ଥଡେ ଓ୍ବିଶ ଜଣାଇବା ସହ ଢ଼େର ସାରା କମେଣ୍ଟ ମଧ୍ୟ କରିଛନ୍ତି।
ଅଧିକ ଖବର ପଢ଼ନ୍ତୁ: ତାପସୀ ପନ୍ନୁଙ୍କ ବିବାଦୀୟ ଫଟୋ ଭାଇରାଲ
ଓ୍ବାର୍କଫ୍ରଣ୍ଟ କଥା କହିବାକୁ କଲେ, କଙ୍ଗନା ରନାଓ୍ବତ ଖୁବଶୀଘ୍ର ଫିଲ୍ମ ଚନ୍ଦ୍ରମୁଖୀ-୨ରେ ନଜର ଆସିବେ। ନିକଟରେ କଙ୍ଗନା ଏହି ଫିଲ୍ମର ସୁଟିଂ ସାରିଛନ୍ତି। ଏଏହାଛଡ଼ା କଙ୍ଗନା ଏମରଜେନ୍ସି ମୁଭିରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ କଙ୍ଗନା ଦେଇଛନ୍ତି।
ଆହୁରି ଅଧିକ ପଢ଼ନ୍ତୁ: ଜୁନିୟର ଏନଟିଆର ଦେଲେ ଫ୍ୟାନ୍ସଙ୍କୁ ବଡ଼ ଝଟକା