କାର୍ତ୍ତିକ ବର୍ତ୍ତମାନ ବଲିଉଡରେ ମୋଷ୍ଟ ଏଲିଜିବଲ ବ୍ୟାଚେଲର। ତାଙ୍କର ଫ୍ୟାନ ଫଲୋଇଙ୍ଗ ମଧ୍ୟ ଢେର ଅଧିକ। ଫ୍ୟାନମାନେ ତାଙ୍କ ପ୍ରଫେସନାଲ ଏବ ପର୍ସନାଲ ଲାଇଫ ଉପରେ ମଧ୍ୟ ସବୁବେଳେ ନଜର ରଖିଛନ୍ତି। କାର୍ତ୍ତିକ କଣ କରୁଛନ୍ତି। ମ୍ୟାରେଜକୁ ନେଇ କାର୍ତ୍ତିକ ମୁହଁ ଖୋଲିଛନ୍ତି ମୁଁ ଏବେ ଆଉ ଅଧିକ କାମ କରିବାକୁ ଚାହୁଁଛି। ଏତେ କାମ କରିବାକୁ ଚାହେଁ ଯେଉଁଭଳି ରୋଲ ଦେଲେ ମୁଁ ଯେମିତିତାକୁ ନିଖୁଣତାର ସହ ଶେଷ କରିବି। ଏଥିରେ ମୋ ମା’ ମଧ୍ୟ ମୋତେ ବହୁତ ସପୋର୍ଟ କରିଛନ୍ତି, ସେ ମଧ୍ୟ କହିଛନ୍ତି ଏବେ କ୍ୟାରିୟର ପ୍ରତି ବେଶ ଧ୍ୟାନ ଦେବାକୁ ପଡ଼ିବ। ସେ କହିଛନ୍ତି ହିନ୍ଦୀ ଛଡ଼ା ଅନ୍ୟ ଭାଷାରେ ମଧ୍ୟ ମୁଭି କରିବାକୁ ଚାହୁଁଛନ୍ତି। ତାମିଲ ମୁଭିରେ କାମ କରିବା ତାଙ୍କର ଏକ ବଡ଼ ସ୍ବପ୍ନ। ସୂଚନାଥାଉ କି, କାର୍ତ୍ତିକଙ୍କର ଫେବୃୟାରୀରେ କ୍ରୀତି ସାନନଙ୍କ ସହ `ଶେହଜାଦା’ ମୁଭି ରିଲିଜ ହେବ। ଅନ୍ୟପଟେ କିଆରା ଆହଭାନିଙ୍କ `ସତ୍ୟ ପ୍ରେମ କି କଥା’ ମୁଭି ମଧ୍ୟ ରିଲିଜ ହେବ।
ମୁଁ ମୋ କାମକୁ ଅଧିକ ଗୁରୁତ୍ବ ଦେବାକୁ ଚାହେଁ

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଚଳିତବର୍ଷ ବଡ଼ ହିଟ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ `ଭୁଲ ଭୁଲେୟା ୨’ ବକ୍ସଅଫିସରେ ହିଟ ହୋଇଛି। ଏହି ଫିଲ୍ମପରେ ଉକ୍ତ ଅଭିନେତାଙ୍କ ଚାହିଦା ମଧ୍ୟ ବଢ଼ିଯାଇଛି। ଏବେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ। କାର୍ତ୍ତିକଙ୍କ ଲାଟେଷ୍ଟ ଫିଲ୍ମ `ଫ୍ରେଡି’ ନିକଟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି। ଏଥିରେ ତାଙ୍କ ଆକ୍ଟିଂ ଜବରଦସ୍ତ ହୋଇଛି। କାର୍ତ୍ତିକ ନିଜେ କହିଛନ୍ତି ମୁଁ ମୋ କାମକୁ ଗୁରୁତ୍ବ ଦେବାକୁ ଚାହୁଁଛି। ବାକି ଆଉ କୌଣସି କଥାରେ ମୁଁ ହସ୍ତକ୍ଷେପ କରୁନି।
Download Argus News App
