ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍ଙ୍କୁ କିଏ ବା ନଜାଣେ । ସେ ତାଙ୍କର ଷ୍ଟାଇଲ ଏବଂ ଲୁକକୁ ନେଇ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରୁହନ୍ତି ସେ । ଇନ୍ଷ୍ଟାଗ୍ରାମ୍ ହେଉ ବା ଟ୍ୱିଟର,ଏ ସବୁରେ ସେ ବେଶ ଆକ୍ଟିଭ୍ ରହି ଫଟୋ, ଭିଡିଓ ସେୟାର କରି , ସବୁବେଳେ ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରୁହନ୍ତି । ସେ ସେୟାର କରୁଥିବା ଫଟୋ ଏବଂ ଭିଡିଓକୁ ଦର୍ଶକ ମଧ୍ୟ ବେଶ ପସନ୍ଦ କରନ୍ତି । ତେବେ ନିକଟରେ ଇଲିଆନା କିଛି ଫଟୋ ସେୟାର କରିଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପାଣି ଭିତରେ ମସ୍ତି କରୁଥିବା ଦେଖିବାକୁ ମିଳୁଛି ।
ପ୍ରକାଶ ଥାଉକି, ଇଲିଆନା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକଉଂଟରେ ଗୋଟିଏ କି ଦୁଇଟି ନୁହେଁ ,ବରଂ ଅନେକ୍ ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ପାଣି ଭିତରେ ଏବଂ ସମୁଦ୍ର କୂଳରେ ଜବରଦସ୍ତ ମସ୍ତି କରୁଥିବା ସେ ନଜର ଆସୁଛନ୍ତି । ତାଙ୍କର ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ମାନେ ଏହାକୁ ବେଶ ପସନ୍ଦ କରିବା ସହିତ, ତାଙ୍କର ପ୍ରଶଂସା କରିବାରେ ଲାଗିଛନ୍ତି ।