ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢି ଚାଲିଛି । ସମସ୍ତଙ୍କ ଆଖିରୁ ନିଦ ହଜାଇ , ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଲାଣି । ଫିଲ୍ମ ଇଣ୍ଡଷ୍ଟ୍ରି ସହ ଟେଲିଭିଜନ ଜଗତରେ ମଧ୍ୟ ଏହାର ପ୍ରଭାବ ବେଶ ପଡୁଥିବା ଦେଖିବାକୁ ମିଳୁଛି । ଅନେକ୍ କଳାକାର କରୋନା ସଂକ୍ରମିତ ହୋଇଛନ୍ତି । କିଛି ଦିନ ପୂର୍ବରୁ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ ୧୨ର ହୋଷ୍ଟ ଆଦିତ୍ୟ ନାରାୟଣ କରୋନା ସଂକ୍ରମିତ ହୋଇଥିବା ବେଳେ, ଏବେ ଏହି ଶୋ’ର ଲୋକପ୍ରିୟ ପ୍ରତିଯୋଗୀ ପୱନଦୀପ୍ ରାଜନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।
ସୂଚନାଯୋଗ୍ୟ : ପୱନଦୀପ୍ ରାଜନ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଏକ ହୋଟେଲରେ କ୍ୱାରେଣ୍ଟାଇନରେ ରଖା ଯାଇଛି । ସେଠାରେ ତାଙ୍କର ଟ୍ରିଟମେଣ୍ଟ ଚାଲିଛି । ମିଡିଆ ରିପୋର୍ଟ ମୁତାବିକ୍ , ତାଙ୍କ ଠାରେ ଅଳ୍ପ ଲକ୍ଷଣ ଦେଖା ଦେଇଥିଲା । ଏହାପରେ ତୁରନ୍ତ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଏହାପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି
ଏହି ଶୋ’ର ଅନ୍ୟ ପ୍ରତିଯୋଗୀଙ୍କର ମଧ୍ୟ କରୋନା ଟେଷ୍ଟ କରାଯାଇଛି । ଯାହାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି ।