ଜେଲ୍ରେ ବାଇବେଲ.
ନୂଆଦିଲ୍ଲୀ : ବଲିଉଡର ଡ୍ରିମ୍ ଗର୍ଲ ହେମା ମାଳିନୀ, ବଡ ପରଦାରେ ଆକ୍ଟିଙ୍ଗ ଠାରୁ ଆରମ୍ଭ କରି ଡାନ୍ସ ପର୍ଯ୍ୟନ୍ତ,ସବୁ ରୂପରେ ଦର୍ଶକଙ୍କ ହୃଦୟ ଜିତିବାରେ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ଏବେ ରାଜନୀତିରେ ସକ୍ରିୟ ଥିବା ହେମା ମାଳିନୀ, କିଛି ବର୍ଷ ପରେ ପୁଣି ନିଜର ପୁରୁଣା ଅନ୍ଦାଜ ଦେଖାଇଛନ୍ତି । ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ ଷ୍ଟେଜରୁ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ୍ ହେଉଥିବା ତାଙ୍କ ଭିଡିଓରେ , ହେମା ମାଳିନୀ ଭରତନାଟ୍ୟମ୍ କରୁଥିବା ଦେଖିବାକୁ ମିଳୁଛି । ତାଙ୍କ ଅନ୍ଦାଜ ଦେଖି ସମସ୍ତେ ତାଙ୍କର ବେଶ ପ୍ରସଂଶା କରୁଛନ୍ତି । ତାଙ୍କର ଡାନ୍ସ ଷ୍ଟାଇଲ ଦେଖି , ସେଠାରେ ଉପସ୍ଥିତ ଥିବା ସବୁ ମେମ୍ବର ତାଙ୍କର ଅନ୍ଦାଜ ଦେଖି ଏକଦମ୍ ଅବାକ୍ ହୋଇ ଯାଇଥିଲେ ।