ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବାବିଲ ପିତାଙ୍କୁ ମନେପକାଇ କାନ୍ଦୁଥିବା ଦେଖିବାକୁ ମିଳୁଛି । ତାଙ୍କ ଆଖିରୁ ଲୋତକଧାର ବୋହି ଚାଲିଛି । ସତେ ଯେପରି ଏହା ବନ୍ଦ ହେବାର ନାଁ ଧରୁନାହିଁ । ଯେତେବେଳେ ଏହି ଷ୍ଟେଜରେ ହୋଷ୍ଟର ଭୂମିକା ନିଭାଉଥିବା ରାଜକୁମାର ରାଓ ଏବଂ ଆୟୂଷ୍ମାନ୍ ଖୁରାନ ,ଇରଫାନ୍ ଖାନଙ୍କ ପାଇଁ ଏତେ ସୁନ୍ଦର ଶବ୍ଦ ବ୍ୟବହାର କରୁଥିଲେ ଏବଂ ଭାରତୀୟ ସିନେମାରେ ତାଙ୍କର ଯୋଗଦାନ ବଖାଣୁଥିଲେ , ସେତେବେଳେ ଏକଦମ୍ ଭାବ ବିହ୍ୱଳ ହୋଇଥିଲେ ବାବିଲ । ଏହାପରେ ଷ୍ଟେଜକୁ ଯାଇ ପିତାଙ୍କୁ ସମ୍ମାନିତ କରାଯାଇଥିବା ଆୱାର୍ଡ ସେ ଗ୍ରହଣ କରନ୍ତି ଏବଂ ସେ ଭାରତୀୟ ସିନେମାକୁ ଢେର ଉପରକୁ ନେବେ ବୋଲି କୁହନ୍ତି । ତାଙ୍କର ଏହି କଥା, ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ହୃଦୟକୁ ଛୁଇଁଥିଲା ।