ଇର୍ଫାନ୍ ଖାନ୍ଙ୍କ ଏହି ଫଟୋ ଦେଖିବା ପରେ, ତାଙ୍କ ପ୍ରଶଂସକମାନେ ବେଶ ଭାବବିହ୍ୱଳ ହୋଇପଡିଛନ୍ତି । ବବିଲ୍ ସେୟାର କରିଥିବା ଏହି ଫଟୋକୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଲାଇକ୍ ଓ କମେଂଟ କରିବାରେ ଲାଗିଛନ୍ତି ।
କିଛି ଘଂଟା ପୂର୍ବରୁ ବବିଲ୍ ପିତା ଇରଫାନ୍ ଖାନ୍ ଓ ମାତା ସୁତାପା ସିକଦର୍ଙ୍କ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଭିଡିଓରେ ଇର୍ଫାନ୍ ଓ ସୁତାପା ଦୁହେଁ ଦୁହିଁଙ୍କ କାନ୍ଧରେ ହାତ ପକାଇ ଦୁହେଁ ମିଶି ଏକ ଗୀତ ଗୁଣୁଗୁଣାଇବା ସହିତ, ବେଶ ଖୁସିରେ ଚାଲୁଥିବା ନଜର ଆସୁଛନ୍ତି । ଗୀତ ଗାଉଥିବା ସମୟରେ ଇର୍ଫାନ୍ ଯେତେବେଳେ ଗୀତର ଲାଇନ୍ ଭୂଲିଯାଆନ୍ତି, ସେତେବେଳେ ସେ ସୁତାପାଙ୍କୁ ଗୀତର ଲାଇନ୍ କ’ଣ ପଚାରନ୍ତି । ଭିଡିଓ ଦେଖିବା ପରେ ଦର୍ଶକ ବେଶ ଖୁସି ହେଉଛନ୍ତି ।
ସୂଚନାଥାଉକି- ଚଳିତ ବର୍ଷ ୨୯ ଏପ୍ରିଲରେ ଅଭିନେତା ଇରଫାନ୍ ଖାନଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା ।