ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ପୂଜା ହେଗଡେ ମୁମ୍ବାଇର ଜଣେ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି। ହେଲେ ଏନେଇ ପୂଜା ଅଫିସିଆଲି କିଛି ଘୋଷଣା କରିନାହାନ୍ତି। ତେବେ କାହାକୁ ବିବାହ କରିବେ ଫ୍ୟାନମାନଙ୍କ ମନରେ ଅଜସ୍ର ପ୍ରଶ୍ନ ଉଙ୍କି ମାରୁଛି। ସେ କ୍ରିକେଟର ଜଣକ କିଏ। ତେବେ ଏହା ପ୍ରଥମ ଥର ନୁହେଁ ଯେ ପୂଜାଙ୍କ ନାମ ଜଣେ କ୍ରିକେଟରଙ୍କ ସହ ଯୋଡି ଯାଇଛି। ଏହାପୂର୍ବରୁ ପୂଜା ହେଗଡେ କର୍ଣ୍ଣାଟକର ଜଣେ କ୍ରିକେଟରଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ବୋଲି ଅନେକ ରିପୋର୍ଟରେ ଦାବି କରାଯାଇଥିଲା। ତେବେ ସେତେବେଳେ ପୂଜା ଏହି ସବୁ ଚର୍ଚ୍ଚାକୁ କେବଳ ଏକ ଗୁଜବ ବୋଲି କହିଥିଲେ।
ତେବେ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରିଲିଜ ସମୟରେ ସଲମାନ ଖାନ ଏବଂ ପୂଜା ହେଗଡେ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ପରେ ପୂଜା କି ସଲମାନ ଏହା ଉପରେ କୌଣସି ପ୍ରତିକ୍ରିୟା ନଦେଇ ଏହି ଚର୍ଚ୍ଚାକୁ ବନ୍ଦ କରିଥିଲେ। ତେବେ ସେ ଯାହା ହେଉନା କାହିଁକି ଏହି ବିବାହ ଖବର କେତେଦୂର ସତ କିଛି ଜଣାପଡ଼ୁନି। ଫ୍ୟାନମାନେ ପୂଜାଙ୍କ ଆନାଉନ୍ସମେଣ୍ଟକୁ ଅପେକ୍ଷା କରି ରହିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର