କହିବାକୁ ଗଲେ ୨୦୧୮ ମସିହାରେ, ଇଶା ଅମ୍ବାନୀ ପିରାମଲ ଗ୍ରୁପର ଆନନ୍ଦ ପିରାମଲଙ୍କୁ ବିବାହ କରିଥିଲେ । ପରେ ମୁକେଶ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (ଜଓଖ) ର ରିଟେଲ୍ ବ୍ୟବସାୟର କାର୍ୟ୍ୟ ଇଶା ଅମ୍ବାନୀଙ୍କୁ ଦେଇଥିଲେ।ଆନନ୍ଦ ପିରାମଲଙ୍କ ମାଆ ଅର୍ଥାତ୍ ସ୍ଵାତୀ ମଧ୍ୟ ଜଣେ ଶିଳ୍ପପତି ଅଟନ୍ତି। ସେ ମୁମ୍ବାଇର ପ୍ରସିଦ୍ଧ ଗୋପିକୃଷ୍ଣ ପିରାମଲ ହସ୍ପିଟାଲର ପ୍ରତିଷ୍ଠାତା ମଧ୍ୟ ଅଟନ୍ତି।
ଯମଜ ସନ୍ତାନକୁ ଜନ୍ମ ଦେଲେ ଝିଅ ଇଶା

ଅର୍ଗସ ବ୍ୟୁରୋ: ମା ହେଲେ ଇଶା ଅମ୍ୱାନୀ।ବର୍ତ୍ତମାନ ତାଙ୍କ ଅମ୍ଵାନୀ ପରିବାରରେ ଖୁସିର ମାହୋଲ ଖେଳି ଯାଇଛି। ଦେଶର ଜଣାଶୁଣା ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ୱାନୀ ମା ହୋଇଛନ୍ତି। ଇଶା ଅମ୍ବାନୀ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି। ଇଶା ଶନିବାର ଦିନ ଏକ ପୁଅ ଏବଂ ଝିଅକୁ ଜନ୍ମ ଦେଇଛନ୍ତି।
Download Argus News App
