ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘କେଜିଏଫ୍’ର ହିରୋ ୟଶ୍ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏଏନଆଇର ଟ୍ୱିଟ୍ ଅନୁସାରେ କନ୍ନଡ ଷ୍ଟାର ୟଶ୍ଙ୍କ ବ୍ୟତୀତ ଅନ୍ୟ ବଡ଼ବଡ଼ ଲୋକଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି ।
କଳାଧନ ରଖିଥିବା ସନ୍ଦେହରେ ଏହି ଚଢାଉ ହୋଇଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି । ୟଶ୍ଙ୍କ ବ୍ୟତୀତ ଆକ୍ଟର-ପ୍ରଡ୍ୟୁସର ଶିବ ରାଜକୁମାର, ପୁନୀତ ରାଜକୁମାର, ରକ୍ଲାଇନ ଭେଙ୍କଟେଶ, ସିଆର ମନୋହର ଏବଂ ଆକ୍ଟର ସୁଦୀପଙ୍କ ଘରେ ମଧ୍ୟ ଆଇଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଆଇଟି ବିଭାଗର ପାଖାପାଖି ୨୦୦ କର୍ମଚାରୀ ଏମାନଙ୍କ କାଗଜପତ୍ର ଯାଞ୍ଚ କରିଥିଲେ ।
Karnataka: I-T department is conducting raids at residential premises and other locations of Kannada film producers Vijay Kiragandur, CR Manohar, Puneeth Rajkumar and Rockline Venkatesh. Raids also underway at locations of Kannada film actors Shiva Rajkumar, Yash and Sudeep.
— ANI (@ANI) January 3, 2019
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି କନ୍ନଡ ସୁପରଷ୍ଟାର ୟଶ୍ ଆଇଟି ବିଭାଗ ସ୍କାନରରେ ଆସିଥିଲେ । ତେବେ ଆଇଟି ବିଭାଗ ପକ୍ଷରୁ ପରବର୍ତ୍ତୀ ସୂଚନା କିଛି ମିଳିପାରିନି ।
