ପ୍ରକାଶ ଥାଉ କି, କଙ୍ଗନାଙ୍କୁ ଶେଷ ଥର ଧାକ୍କଡ ଫିଲ୍ମରେ ଦେଖିବାକୁ ମିଳିଥିଲା। ଫିଳ୍ମଟି ସେତେଟା ବକ୍ସଅଫିସରେ କମାଲ କରି ନ ଥିଲା। ଆଗକୁ ସେ ଫିଲ୍ମ `ଏମରଜେନ୍ସି’ରେ ନଜର ଆସିବେ। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ: ବଲିଉଡ କୁଇନ କଙ୍ଗନା ରଣାଓ୍ବତଙ୍କୁ କିଏ ନ ଜାଣନ୍ତି। ସବୁବେଳେ ରୋକଠୋକ କଥା କହି ଚର୍ଚ୍ଚାରେ ଥାଆନ୍ତି। ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗବ୍ୟତୀତ କଙ୍ଗନା ପର୍ସନାଲ ଲାଇଫକୁ ନେଇ ମଧ୍ୟ ଖୋଲାଖୋଲି ମନ୍ତବ୍ୟ ଦେଇଥାନ୍ତି। ଫିଲ୍ମ କରିବା ସହ ବିଜନେସ କରିବାରେ ମଧ୍ୟ ନିଜ ଚେଷ୍ଟା ଜାରି ରଖିଛନ୍ତି। ନିକଟରେ କଙ୍ଗନା କହିଛନ୍ତି ସେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ। କିନ୍ତୁ ଆର୍ଥିକ ପ୍ରତିବନ୍ଧକ ଯୋଗୁ ତାଙ୍କୁ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ପଡ଼ିଥିଲା। ସେ ଅନେକ ବର୍ଷରୁ ହିଲ ଷ୍ଟେଶନରେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଛନ୍ତି। କିନ୍ତୁ ଆର୍ଥିକ କ୍ଷତି ହେତୁ ସେ ରେଷ୍ଟରାଣ୍ଟ ଖୋଲିପାରୁ ନାହାନ୍ତି। ରେଷ୍ଟୁରାଣ୍ଟ ଖୋଲିବା ସ୍ବପ୍ନ ତାଙ୍କର ଅଧାରେ ରହିଛି।