ଜାକ୍ଲିନ୍ଙ୍କୁ ଆଗାମୀ ୨ ଦିନ ମଧ୍ୟରେ ବି ଜେରା କରାଯିବ ବୋଲି ସୂଚନା ରହିଛି। ସେହି କାରଣରୁ ତାଙ୍କୁ ଜେରା ନସରିବା ପର୍ଯ୍ୟନ୍ତ ଦିଲ୍ଲୀରେ ରହିବାକୁ ପରାମର୍ଶ ଦିଆଯାଇଛି।ଗତ ମାସ ୨୧୫ କୋଟି ଟଙ୍କା ବଟି ଆଦାୟ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଅଭିଯୁକ୍ତ ଘୋଷଣା କରିବା ପରେ ଏହି ମାମଲାରେ ସେ ପୂରାପୂରି ଛନ୍ଦି ହୋଇପଡ଼ିଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।
ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଜେରା

ଅର୍ଗସ ବ୍ୟୁରୋ: ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ୨୧୫ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଫସିଥିବା ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଚାଲିଛି ଜେରା।ଆଜି ଦିଲ୍ଲୀ ପୁଲିସ୍ର ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ୍ସ ଜେରା ଆରମ୍ଭ କରିଛି।ସୁକେଶଙ୍କ ସହ ସଂପର୍କରେ ଥିବା ସମୟରେ ନେଇଥିବା ଉପହାର ସଂପର୍କରେ ପ୍ରଶ୍ନ କରିବାକୁ ଦିଲ୍ଳୀ ପୁଲିସ୍ ଏକ ଦୀର୍ଘ ତାଲିକା ପ୍ରସ୍ତୁତ କରିଛି।ଜାକ୍ଲିନ୍ ସକାଳ ପ୍ରାୟ ୧୧.୩୦ ସମୟରେ ଦିଲ୍ଳୀର ମନ୍ଦିର ମାର୍ଗରେ ଥିବା ଇକୋନୋମିକ୍ସ ଅଫେନ୍ସ ୱିଙ୍ଗ୍ସ କାର୍ଯ୍ୟାଳୟରେ ପହଞ୍ଚିଥିଲେ।
Download Argus News App
