ନିକଟରେ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ସମ୍ପର୍କୀୟ ଭଉଣୀ ସନାୟା କପୁର ଏବଂ କିଛି ସାଙ୍ଗଙ୍କ ସହ ପାର୍ଟି କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଫଟୋରେ ଜାହ୍ନବୀ ତାଙ୍କ ସାଙ୍ଗ ସହିତ ପାର୍ଟିରେ ଖୁବ୍ ମସ୍ତି କରୁଥିବା ବେଳେ ଏକ ହଳଦିଆ ରଙ୍ଗର ଡ୍ରେସ୍ ପିନ୍ଧିଥିଲେ ।
ଏହାରି ମଧ୍ୟରେ ତାଙ୍କ ସହ ମିଷ୍ଟ୍ରିମ୍ୟାନ୍ ଜଣଙ୍କ ମଧ୍ୟ ନଜର ଆସିଥିଲେ। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ସେ ରହସ୍ୟମୟୀ ବ୍ୟକ୍ତି ଜଣକ କିଏ । ବର୍ତ୍ତମାନ ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଫଟୋ କୁ ଦେଖି ଅନେକ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।
ଆହୁରି ଅଧିକ ମନୋରଞ୍ଜନ ଖବର ପଢନ୍ତୁ...