ନବ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ଡିଜିଟାଲ୍ ଡେବ୍ୟୁ ପାଇଁ ପ୍ରସ୍ତୁତ ଜୟା ବଚ୍ଚନ

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ । ଜୟା ବଚ୍ଚନ ‘ସଦାବହାର’ସହିତ ଡିଜିଟାଲ ପ୍ଲାଟଫର୍ମରେ ଧମାଲ ମଚାଇବାକୁ ପ୍ରସ୍ତୁତ ଅଛନ୍ତି । ରିପୋର୍ଟ ଅନୁଯାୟୀ, ଜୟା ଏହି ଓ୍ବେବ ସିରିଜର ସୁଟିଂ ଫେବୃୟାରୀରେ ଆରମ୍ଭ କରି ଦେଇଥିଲେ । ହେଲେ କରୋନାର ଦ୍ବିତୀୟ ଲହର ପାଇଁ ସୁଟିଂ ବନ୍ଦ କରା ଯାଇଥିଲା । ଏବେ ପରିସ୍ଥିତିରେ ସୁଧାର ଆସୁଥିବା କାରଣରୁ , ପୁଣି ଥରେ ଏହାର ସୁଟିଂ ଆରମ୍ଭ ହୋଇ ଯାଇଛି ।
କରୋନା ନିୟମକୁ ପାଳନ କରି ଏହାର ସୁଟିଂ କରାଯାଉଛି । ହେଲେ ଏହି ଓ୍ବେବ ସିରିଜ କେଉଁ ବିଷୟ ଉପରେ ଆଧାରିତ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । କିନ୍ତୁ ଏକଥା ସତ ଯେ, ଜୟା ବଚ୍ଚନ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି ।
Download Argus News App
