ଜୁହି ଚାଓ୍ବଲା ବିଜନେସମ୍ୟାନ୍ ଜୟ ମେହେତାଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହିଁଙ୍କର ଦୁଇଟି ସନ୍ତାନ ରହିଛନ୍ତି । ବଡ ଝିଅ ଜାହ୍ନବୀ ମେହେତା ଏବଂ ପୁଅ ଅର୍ଜୁନ୍ ମେହେତା ଲାଇମଲାଇଟରୁ ସବୁବେଳେ ଦୂରେଇ ରୁହନ୍ତି । ପାର୍ଟି,ଫଙ୍କସନରେ ବହୁତ୍ କମ ନଜର ଆସନ୍ତି ଦୁହେଁ ।
ଏକ ସାକ୍ଷାତକାରରେ ଜୁହି କହିଥିଲେ ଯେ, ତାଙ୍କ ଝିଅ ରାଇଟର ହେବାକୁ ଚାହୁଁଛନ୍ତି । କିନ୍ତୁ ସମୟ ବିତିବା ସହିତ ସେ ଗ୍ଲାମର ଲାଇଫ ଆଡକୁ ମଧ୍ୟ ମନ ବଳାଇଛନ୍ତି । ଏହାପରେ ଜୁହି କହିଥିଲେ ଯେ, ସେ ଫିଲ୍ମରେ ମଧ୍ୟ ଡେବ୍ୟୁ କରି ପାରନ୍ତି । ଏହା ସହିତ ସେ ଏକଥା ମଧ୍ୟ କହିଛନ୍ତି ଯେ, ପିଲାଙ୍କ କ୍ୟାରିୟର ବାଛିବାର ଆଜାଦି ସେମାନଙ୍କୁ ବାଛିବାକୁ ଦେବା ଉଚିତ୍ ।
ଏହାପରେ ଜୁହିଙ୍କୁ ଯେତେବେଳେ ପଚରା ଯାଇଥିଲା ,ଜାହ୍ନବୀଙ୍କର ପସନ୍ଦ କ’ଣ ? ଜାହ୍ନବୀ କହିଥିଲେ ଯେ, ତାଙ୍କୁ ବୁକ୍ ବହୁତ୍ ପସନ୍ଦ ।