ହେଲେ ସେ ଏମିତି କହିବାର କାରଣ କଣ ଆପଣ ଜାଣିଛନ୍ତି କି? ତାହାଲେ ଆସନ୍ତୁ ଜାଣିବା। ହାଇଦ୍ରାବାଦର ଏକ ଇଭେଣ୍ଟରେ ପ୍ରଶଂସକମାନେ ଫିଲ୍ମ ବିଷୟରେ ଏନଟିଆରଙ୍କୁ ବାରମ୍ବାର ପ୍ରଶ୍ନ କରୁଥିଲେ। ଯେଉଁଥିରେ ଅଭିନେତା କହିଛନ୍ତି ମୁଁ କୌଣସି ଫିଲ୍ମ କରୁନାହିଁ ଏବଂ ଯଦି ଆପଣ ବାରମ୍ବାର ପଚାନ୍ତି, ମୁଁ ଫିଲ୍ମ କରିବା ବନ୍ଦ କରିଦେବି। ସେ ଏମିତି କହିଲାବେଳେ ଖୁବ ହସୁଥିଲେ। ଏହାସହ ସେ ଆଗକୁ କହୁଥିଲେ ଆପଣମାନେ ଡରିଗଲେ କି ମୁଁ ଥଟ୍ଟାରେ କହୁଛି। ମୁଁ ଆପଣଙ୍କ ଭଲ ପାଇବାକୁ କଣ ଏମିତି ଦୂରେଇପାରିବି। ଫିଲ୍ମ କରିବା ଜାରି ରଖିବେ ବୋଲି କହିଥିଲେ। ହେଲେ ତାଙ୍କର ଆଗାମୀ ଫିଲ୍ମ ବିଷୟରେ ସେ କୌଣସି ତଥ୍ୟ ଦେଇ ନ ଥିଲେ।
ନିକଟରେ ଫିଲ୍ମ `ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ପାଇଛି। ଯେଉଁଥିରେ ଏନଟିଆର ଏବଂ ରାମଚରଣ ଡ୍ୟାନ୍ସ କରିଛନ୍ତି। ଏଥିସହିତ ଗୀତ ବ୍ୟତୀତ ଫିଲ୍ମ ବକ୍ସଅଫିସରେ ଭଲ କଲେକ୍ସନ କରିଥିଲା। ଏଥିରେ ଆଲିଆ ଭଟ୍ଟ ମଧ୍ୟ ନଜର ଆସିଥିଲେ।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ