କେଜିଏଫ୍ର କୁହେ ସୁନା ଖଣିର ଅକୁହା କାହାଣୀ । ସୁନାର ଲୋଭ ପାଇଁ ଷଡଯନ୍ତ୍ର ଓ ରକ୍ତପାତର ରୋମାଞ୍ଚକ ଗାଥା । କେଜିଏଫ୍ -୨ରେ କାହାଣୀ କେମିତି ଆଗକୁ ବଢିଛି ତାହା କେବଳ ଫିଲ୍ମ ଦେଖିଲେ ଜଣା ପଡିବ ।
ଦର୍ଶକ ଖୁହ ପସନ୍ଦ କରିଥିଲେ କେଜିଏଫ୍ ସିରିଜର ପ୍ରଥମ ଫିଲ୍ମକୁ । ଏହା ହେଇଥିଲା ସୁପରହିଟ୍ । ଦର୍ଶକ ଅପେକ୍ଷା କରି ରହିଥିଲେ ଏହାର ଦ୍ୱିତୀୟ ଭାଗକୁ । କେଜିଏଫ୍ ରେ ଅଛି ୧୨୧ ବର୍ଷ ପୁରୁଣା କୋଲାର ସୁନା ଖଣି ସହିତ ଯଡିତ ରକ୍ତ ଭିଜା ଅକୁହା ରହସ୍ୟ ।
ଏହି ଫିଲ୍ମରେ ସାଉଥ କଳାକାର ୟଶ ଓ ଶ୍ରୀନିଧିଙ୍କ ସହିତ ବଲିଉଡ୍ କଳାକାର ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ ନଜର ଆସିବେ । ଏଥିରେ ସଞ୍ଜୟ ଦତ୍ତଙ୍କୁ ଏକ ଭୟଙ୍କର ଲୁକରେ ଦେଖିବାକୁ ମିଳିବ। ତେବେ ଯେଉଁ ଭୂମିକାରେ ସଞ୍ଜୟଙ୍କୁ ଦେଖିବାକୁ ମିଳିବ ତାହା କୌଣସି କାଳ୍ପନିକ ଚରିତ୍ର ନୁହେଁ ବରଂ ଜଣେ ସତ ସତିଆ ହିଂସ୍ର ମଣିଷ ଉପରେ ଆଧାରିତ ।
ଆହୁରି ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ...