ବଧୂ ବେଶରେ କାଜଲ ଖୁବ୍ ସୁନ୍ଦର ଦେଖାଯାଉଥିବା ବେଳେ, ଗୌତମ ମଧ୍ୟ ବହୁତ୍ ହ୍ୟାଣ୍ଡସମ୍ ଦେଖା ଯାଉଛନ୍ତି । କାଜଲ ତାଙ୍କ ବିବାହରେ ଏକ ଲାଲ୍ କଲର ଲେହେଙ୍ଗା ପିନ୍ଧିବା ସହିତ ମଥାପଟି, କମରବନ୍ଧ, ନେକଲେସ୍ରେ ସେ ଆହୁରି ସୁନ୍ଦର ଦେଖାଯାଉଛନ୍ତି । ଠିକ୍ ସେହିପରି ଗୌତମ ମଧ୍ୟ ଏକ ହ୍ୱାଇଟ କଲର ସେରୱାନୀରେ ନଜର ଆସୁଛନ୍ତି ,ଏହା ସହିତ ଦୁହିଁଙ୍କ ବରମାଳାର କଲର ମଧ୍ୟ ହ୍ୱାଇଟ୍ ରହିଛି । ବିବାହର ସାଜସଜ୍ଜା ମଧ୍ୟ ହ୍ୱାଇଟ କଲର ଫୁଲରେ ହୋଇଥିବା ନଜର ଆସୁଛି ।
କାଜଲଙ୍କ ବିବାହ ପୂର୍ବରୁ ତାଙ୍କ ହଳଦୀ ଓ ମେହେନ୍ଦୀ ସେରେମୋନି ମଧ୍ୟ ହୋଇଥିଲା ,ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ସୂଚନାଯୋଗ୍ୟ : ଅଭିନେତ୍ରୀ କାଜଲଙ୍କ ସ୍ୱାମୀ ଗୌତମ କିଚୁଲୁ ହେଉଛନ୍ତି ଜଣେ ଶିଳ୍ପପତି ।