ଏକ ଇଣ୍ଟରଭ୍ୟୁରେ କାଜଲ ତାଙ୍କ କାମ ,ସଙ୍ଘର୍ଷ ଓ ସଫଳତା ବିଷୟରେ କହିଥିଲେ । ସେ କହିଥିଲେ ଯେ, ନିଜର କମ୍ଫର୍ଟ ଜୋନରୁ ବାହାରିବା ବହୁତ୍ ମୁସ୍କିଲ୍ । ଏହାଠାରୁ ଅଧିକ ଜରୁରୀ ନିଜ ଉପରେ ଭରସା ରଖିବା । ଯଦି ଆପଣ ନିଜ ଉପରେ ଭରସା ରଖିବେ, ତେବେ ଦୁନିଆଁ ଆପଣଙ୍କ ଉପରେ ଭରାସ କରିବ ।
ସେ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ବହୁତ୍ ଲକି ଏବଂ ଏସବୁ ସେତେବେଳେ କରି ପାରିବେ ଯେତେବେଳେ ଆମେ ନିଜକୁ ଭଲପାଇବା,ଭରସା ଆଉ ବିଶ୍ୱାସ କରିବା । ଆଜି ମୁଁ ଯେଉଁଠି ଅଛି ହୁଏତ ନଥାନ୍ତି , ଯଦି ମୁଁ ମୋ କମ୍ଫର୍ଟ ଜୋନରୁ ବାହାରକୁ ବାହାରିବାର ସାହାସ କରିନଥାନ୍ତି । ମୁଁ କେବଳ କାମ କରି ଚାଲିଲି ,ଆଗକୁ ବଢି ଚାଲିଲି ଏବଂ ଭବିଷ୍ୟତରେ ନିଜ ପାଇଁ ଆଉ କ’ଣ କରିପାରିବି ସେ ବିଷୟରେ ଭାବିଲି । ସବୁ ପୁରୁଣା କଥାକୁ ପଛରେ ଛାଡି ଆଗକୁ ବଢିବା ଶିଖିଲି ।
ଆଗକୁ ସେ କହିଥିଲେ ,ଆଜି ମୁଁ ଯାହା ଅଛି,ଯେମିତି ଅଛି ନିଜକୁ ମୁଁ ପସନ୍ଦ କରେ । ହେଲେ ଏ ପର୍ଯ୍ୟନ୍ତ ଆସିବା ପାଇଁ ମତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଲା । ହେଲେ ମୁଁ କେବେ ଅଟକି ଯାଇନଥିଲି ।
ଏହା ସହିତ ସେ କହିଥିଲେ ଯେ, ଆଗକୁ ମୁଁ ଆହୁରି ଭଲଭଲ ଡାଇରେକ୍ଟରଙ୍କ ସହ କାମ କରିବାକୁ ଚାହୁଁଛି । କାଜଲଙ୍କ ମାନିବା ହିସାବରେ କିଛି ନୂଆ ଶିଖିବା ଆଉ କରିବା ପାଇଁ , ସବୁବେଳେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ ।