ସୂଚନାଯୋଗ୍ୟ : କଙ୍ଗନା ପିନ୍ଧିଥିବା ଲେହେଙ୍ଗା ତିଆରି କରିବାକୁ ଡିଜାଇନର ୧୪ ମାସ ସମୟ ନେଇଥିଲେ । ୧୪ ମାସରେ ସେ ଏହି ଲେହେଙ୍ଗା ପ୍ରସ୍ତୁତ କରିଥିଲେ । ଏହା ସହିତ କଙ୍ଗନା ଲେଖିଛନ୍ତି ଯେ, ‘ଯେଉଁମାନେ ମୋତେ ମୋ ଲେହେଙ୍ଗା ବିଷୟରେ ପଚାରୁଥିଲେ, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ, ଏହା ହେଉଛି ଏକ ଗୁଜୁରାଟୀ ବନ୍ଧନୀ ଲେହେଙ୍ଗା , ଯାହା ତିଆରି କରିବାକୁ ୧୪ ମାସ ସମୟ ଲାଗିଥିଲା । ଡିଜାଇନର୍ ଅନୁରାଧା ବକିଲ୍ ଏହାକୁ ତିଆରି କରିଛନ୍ତି ଏବଂ ମୋର ସାଙ୍ଗ ଡିଜାଇନର୍ ସବ୍ୟସାଚ୍ଚୀ ମୋ ପାଇଁ ଗହଣା ପ୍ରସ୍ତୁତ କରିଛନ୍ତି ।
କଙ୍ଗନାଙ୍କ ଏହି ଲେହେଙ୍ଗା ତିଆରିବାକୁ ୧୪ ମାସ ସମୟ ନେଇଥିଲେ ଡିଜାଇନର୍

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍ ତାଙ୍କ ଭାଇ ଅଖ୍ସତ୍ଙ୍କ ବିବାହକୁ ନେଇ ବେଶ ଉତ୍ସାହିତ ଥିବାବେଳେ, ନିକଟରେ ଉଦୟପୁରରେ ତାଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି । କଙ୍ଗନା ମଧ୍ୟ ଉଦୟପୁରରେ ପହଁଚି ବିବାହ କାଯ୍ୟରେ ଯୋଗ ଦେଇଥିଲେ । ସେଠାରେ ରହି ମଧ୍ୟ ସେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ସେୟାର କରି ଫ୍ୟାନ୍ସମାନଙ୍କ ସହ ଯୋଡି ହୋଇ ରହୁଥିଲେ । ସେ ତାଙ୍କ ଭାଇଙ୍କ ବିବାହରେ ପାରମ୍ପାରିକ ଗୁଜୁରାଟୀ ବନ୍ଧନୀ ଲେହେଙ୍ଗା ସହ ସବ୍ୟସାଚ୍ଚୀ ଡିଜାଇନର୍ ଅଳଙ୍କାର ପିନ୍ଧିଥିଲେ । ଏଥିରେ ବେଶ ସୁନ୍ଦର ଦେଖାଯାଉଥିଲେ କଙ୍ଗନା । ଏହା ସହିତ ସେ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ଏକ ଭିଡିଓ ସେୟାର କରିଥିଲେ , ଯେଉଁଥିରେ ସେ ଲେହେଙ୍ଗା ପିନ୍ଧି ଡାନ୍ସ କରୁଥିବା ନଜର ଆସିଥିଲେ । ଯାହା ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।
Download Argus News App
