ମୁମ୍ୱାଇ: ବଲିଉଡର ଫେମୋସ ହିରୋଇନମାନଙ୍କ ମଧ୍ୟରୁ ଜଣେ କଙ୍ଗନା ହେଉଛନ୍ତି ଅନ୍ୟତମ । କିଛି ଦିନ ହେବ କଙ୍ଗନା ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ରିଲିଜ ହୋଇଛି । ତେବେ ଏହି ପିଲ୍ମଟି ବକ୍ସ ଅଫିସରେ ଏତେ ବଡ଼ ହିଟ୍ ହୋଇପାରିଲାନି କିନ୍ତୁ ଏହାକୁ ନେଇ ଅନେକ କଣ୍ଟୋବର୍ସି ହୋଇଛି । ଫିଲ୍ମର କୋ-ଡ଼ାଇରେକ୍ଟର ଠାରୁ ଆରମ୍ଭ କରି ଅଭିନେତାଙ୍କ ପର୍ଯ୍ୟନ୍ତ କଙ୍ଗନା ଉପରେ ମନଇଛା କାର୍ଯ୍ୟ କରୁଥିବାର ଆରୋପ ଲଗାଇଥିଲେ । କିନ୍ତୁ ସେ ମଧ୍ୟ ଚୁପ୍ ବସିନଥିଲେ । ସେ ବାରମ୍ବାର ତାର ଜବାବ ଦେଉଥିଲେ । ତେବେ ପୁଲୱାମା ଘଟଣା ପରେ କଙ୍ଗନା ଜମ୍ମୁ କଶ୍ମୀରର ଧାରା ୩୭୦ ହଟାଇବା ଦାବି କରିଥିଲେ । ତେବେ ନିକଟରେ କଙ୍ଗନା ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏବଂ ସେ ରିଲେସନସିପ୍ ବିଷୟରେ ପଚାରିବାରୁ ସେ ମାନିଥିଲେ ।
[caption id="attachment_64665" align="alignnone" width="525"]
ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ହେଉଥିବା ସମୟରେ କଙ୍ଗନା ଅନେକ ଜିନିଷ ଉପରେ କଥାବାର୍ତ୍ତା ହୋଇଥିଲେ । ଲଭ୍ ଲାଇଫକୁ ନେଇ ପଚରାଯାଇଥିବା ପ୍ରଶ୍ନ ଉପରେ କଙ୍ଗନା କହିଲେ ଯେ ତାଙ୍କ ଜୀବନରେ କେହି ଜଣେ ସ୍ପେଶାଲ ପର୍ସନ ଅଛନ୍ତି । ତେବେ କଙ୍ଗନା ସେହି ବ୍ୟକ୍ତିଙ୍କ ନାମ ପ୍ରକାଶ କରିନଥିଲେ । କିନ୍ତୁ କଙ୍ଗନା ଇସାରା କରିଥିଲେ କି ସେ ଖୁବ ଶିଘ୍ର ବିବାହ କରିପାରନ୍ତି ।
[caption id="attachment_64667" align="alignnone" width="551"]
ତେବେ କଙ୍ଗନା କୁହନ୍ତି ଯେ, କାହାକୁ ଡେଟ ତ କରୁନାହିଁ କିନ୍ତୁ ମୋ ଜୀବନରେ କେହି ଜଣେ ଅଛନ୍ତି । ମୁଁ ମୋ ଜୀବନରେ ଆଜି ଯେଉଁଠି ଅଛି ମୋତେ ଡେଟିଙ୍ଗର କୌଣସି ଦରକାର ନାହିଁ । ଏମିତି ସାଥୀଙ୍କ ଦରକାର ଯିଏ ତମକୁ ମୋଟିଭେଟ ଏବଂ ଇନ୍ସ୍ପାୟାର କରିବେ ।’ ସୂଚନାନୁସାରେ, କଙ୍ଗନା ଏବଂ ଋତିଙ୍କ ଅଫେୟାରକୁ ନେଇ ଅନେକ ବିବାଦ ହୋଇଥିଲା ।
