ରେ ଯାଇ ପହଞ୍ଚିଛନ୍ତି । ଯେଉଁଠାରେ ଜୟଲଳିତାଙ୍କର ସ୍ମାରକ ପ୍ରସ୍ତୁତ ହୋଇଛି । କଙ୍ଗନା ସେଠାରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି, ତାଙ୍କ ଆର୍ଶିବାଦ ନେଇଛନ୍ତି । ଏହାର ଚିତ୍ର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକ ବେଶ ଉକ୍ବଣ୍ଠାର ସହ ଅପେକ୍ଷା କରିଛନ୍ତି ସମ୍ପୂର୍ଣ୍ଣ ଫିଲ୍ମ ଦେଖିବା ପାଇଁ । ଅନ୍ୟପଟେ ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଛନ୍ତି କଙ୍ଗନା । ଏଥିପାଇଁ ସେ ନିଜର ଓଜନ ମଧ୍ୟ ବଢାଇଛନ୍ତି । ଆଉ ଏବେ ଏହାର ପ୍ରଚାର-ପ୍ରସାରରେ ଲାଗି ପଡିଛନ୍ତି କଙ୍ଗନା । ଫିଲ୍ମଟି ୧୦ ସେପ୍ଟେମ୍ବରରେ ସିନେମାଘରେ ରିଲିଜ୍ ହେବାକୁ ଯାଉଛି ।