ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସବୁବେଳେ କୌଣସି ନାଁ କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହୁଥିବା ଦେଖିବାକୁ ମିଳେ । ଠିକ୍ ସେମିତି ପୁଣି ଥରେ କଙ୍ଗନା ଏବେ ଚର୍ଚ୍ଚା ପରିସରରେ । ଆଉ ତାଙ୍କ ଚର୍ଚ୍ଚାରେ ରହିବାର କାରଣବି ସେମିତି କିଛି ଖାସ୍ । କଙ୍ଗନାଙ୍କର ଟ୍ୱିଟର ଆକାଉଂଟ ସସ୍ପେଣ୍ଡ ହୋଇ ଯାଇଛି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କଙ୍ଗନା ରାଣାୱତଙ୍କର ଟ୍ୱିଟର ଆକାଉଂଟ ସସପେଣ୍ଡ ହୋଇ ଯାଇଛି । ଟ୍ୱିଟର ନିୟମ ପାଳନ ନକରିବାର ଅଭିଯୋଗ ରହିଛି ତାଙ୍କ ଉପରେ । ତେବେ ଗତ ତିନି ଦିନ ହେବ କଙ୍ଗନା ତାଙ୍କର ବିବାଦୀୟ ଟ୍ୱିଟ ପାଇଁ ବେଶ ଚର୍ଚ୍ଚାରେ ଥିଲେ ।
ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ, ବେଙ୍ଗଲରେ ହୋଇଥିବା ହିଂସାକାଣ୍ଡକୁ ନେଇ କଙ୍ଗନା ଟିପ୍ପଣୀ ଦେଇଥିଲେ । ଲଗାତାର ଟ୍ୱିଟ କରୁଥିଲେ । ଏମିତିି ସେ ଏକ ପୋଷ୍ଟରେ #BengalVoilence ହାଚ୍ ଟ୍ୟାଗ୍ ଦେଇ କାହାର ନାଁ ନନେଇ ଟାର୍ଗେଟ କରିଥିଲେ । ଏକ ଟ୍ୱିଟରେ କଙ୍ଗନା ମମତା ବାନାର୍ଜୀଙ୍କୁ ରକ୍ତ ପୀପାଶୁ ରାକ୍ଷସୀ ତାଡକା ସହିତ ତୁଳନା କରିଥିଲେ ।
ଏହା ପୂର୍ବରୁ କଙ୍ଗନା ଅମ୍ଳଜାନ ଉପରେ ଟ୍ୱିଟ କରି ଟ୍ରୋଲ ହୋଇଥିଲେ । ଅନେକ୍ ୟୂଜର୍ସ ତାଙ୍କର ମଜା ଉଡାଇଥିଲେ ।