ଫିଲ୍ମକୁ ବୟକଟ କରାଯାଇଥିବାବେଳେ ମଦ୍ୟ ଫିଲ୍ମଟି ଭଳ କଲେକସନ୍ କରିଛି। କଙ୍ଗନା ଫିଲ୍ମ ‘ପଠାନ୍’ ଉପରେ ଏକ ଟୁଇଟରେ କହିଥିଲେ, ଦେଶର ବହୁସଂଖ୍ୟକ ହିନ୍ଦୁଙ୍କ ଭଲପାଇବା ଯୋଗୁଁ ହିଁ ଏଠାରେ ମୁସଲମାନ୍ ଅଭିନେତା ସୁପରଷ୍ଠାର ହୋଇପାରିଛନ୍ତି। ଏହି ଓୁଇଟର ଜବାବରେ ର୍ଫି ଲେଖିଛନ୍ତି, କଳାକୁ ସବୁବେଳେ ଧର୍ମଠାରୁ ଦୂରରେ ରଖିବା ଉଚିତ।ଅଭିନେତା ଯେ କୌରଓି ଧର୍ମର ହୁଅନ୍ତୁ ନା କାହିଁକି ତାଙ୍କୁ କେବଳ ଜଣେ କଳାକାର ଭାବେ ଦେଖିବା କଥା।
ଉର୍ଫିଙ୍କ ଟୁଇଟ ଉପରେ ମଧ୍ୟ କଙ୍ଗନା ଜବାବ ଦେଇଛନ୍ତି। କଙ୍ଗନା ଲେଖିଛନ୍ତି ଯେ, ସେ ନିଜେ ମଧ୍ୟ ଏହା ହିଁ ଚାହାନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଏକକ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍ ଦାବି କରୁଛନ୍ତି।ଯେ ପର୍ଯ୍ୟନ୍ତ ଦେଶରେ ୟୁନିଫର୍ମ ସିଭିଲ କୋଡ ଲାଗୁ ନହେବ ସେ ପର୍ଯ୍ୟନ୍ତ ଲୋକେ ବିଭାଜିତ ହେବାରେ ଲାଗିଥିବେ। ଅନ୍ୟପଟେ ଏବେ ଏବେ ଟୁଇଟରରେ ସକ୍ରିୟ ହୋଇଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା। ପୁଣି ଥରେ କଙ୍ଗନାଙ୍କ ଟୁଇଟର ବିବାଦ ସାମ୍ନାକୁ ଆସିଲାଣି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।