ଏଥିରେ ମୁଖ୍ୟ ଭୂମିକାରେ କଙ୍ଗନା ଅଭିନୟ କରିବେ। ଯେଉଁଥିରେ ମୁଖ୍ୟ ନାୟକଙ୍କ ଚରିତ୍ରରେ ରାଘବ ଲରେନ୍ସ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଭାର ପି.ବାସୁ ସମ୍ଭାଳିଥିବାବେଳେ ତାମିଲ ହାସ୍ୟ ଅଭିନେତା ଭାଡ଼ିଭେଲୁ ମଧ୍ୟ ଏଥିରେ ପ୍ରମୁଖ ଭୂମିକାରେ ନଜର ଆସିବେ। ମଙ୍ଗଳବାର ଇନଷ୍ଟାଗ୍ରାମ ପେଜରେ ଏକ ପୋଷ୍ଟ ଶେୟାର କରି କଙ୍ଗନା ଜଣାଇଛନ୍ତି। ଆଉଥରେ କଙ୍ଗନାଙ୍କୁ ଏକ ମେଗା ତାମିଲ ଫିଲ୍ମରେ କାମ କରିବାର ସୁଯୋଗ ମିଳିଛି। ପି.ବାସୁଙ୍କ ସହିତ ଆଉ ଥରେ କାମ କରିବାକୁ ନେଇ ବେଶ ଉତ୍ସାହିତ ଥିବା କହିଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।