ଫଟୋ ସେୟାର କରି ସେ ଲେଖିଛନ୍ତି ଯେ, ‘ଆର୍ଶିବାଦ’ । କପିଲ୍ ସେୟାର କରିଥିବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସୂଚନାଥାଉକି –କପିଲ ଶର୍ମାଙ୍କ ଏହି ଫଟୋ କୃଷ୍ଣା ଅଭିଷେକ୍ ଶୋ’ ଛାଡିବାର ଖବର ଭାଇରାଲ ହେବା ପରେ ସାମ୍ନାକୁ ଆସିଛି । କପିଲ ଶର୍ମା ଶୋ’ରେ, କୃର୍ଷ୍ଣା ମଜାରେ ଏହି ଶୋ’ ଛାଡିବାର ଧମକ୍ ଦେଇଥିଲେ , ଯାହାକି ପର ମୁହୂର୍ତରେ ଭାଇରାଲ ହେବାରେ ଲାଗିଥିଲା ।
ଖବର ଭାଇରାଲ ହେବା ପରେ ଫ୍ୟାନ୍ସମାନେ ବେଶ ଦୁଃଖ ପ୍ରକାଶ କରିବାରେ ଲାଗିଥିଲେ । ହେଲେ ସେ ଶୋ’ ଛାଡିବା କଥା ସମ୍ପୂର୍ଣ୍ଣ ମିଛ ଥିଲା । ସେ ଏହା ମଜା ମଜାରେ କହିଥିଲେ ।
କପିଲ ଶର୍ମା ସେୟାର କରିଥିବା ଏହି ଫଟୋରେ, ଫ୍ୟାନ୍ସମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ସହିତ, ଏହି ଫଟୋ ସେୟାର କରିଥିବାରୁ ଅନେକ ଲୋକ କପିଲ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।