ନୂଆଦିଲ୍ଲୀ : ହାସ୍ୟ କଳାକାର କପିଲ ଶର୍ମାଙ୍କ ପୁଅର ନାଁ ଜାଣିବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ଅନେକ୍ ଦିନରୁ ଅପେକ୍ଷା କରି ରହିଥିଲେ । ହେଲେ ଏବେ ସବୁ ଅପେକ୍ଷାର ଅନ୍ତ ଘଟାଇ ପୁଅର ନାଁ ଘୋଷଣା କରିଛନ୍ତି କପିଲ ଶର୍ମା । ଚଳିତ ବର୍ଷ ଫେବୃୟାରୀରେ କପିଲ ଶର୍ମାଙ୍କ ପତ୍ନୀ ଗିନ୍ନି ଚତରଥ୍ ,ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏହା ପୂର୍ବରୁ ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ଏବେ ପୁଣି ଥରେ ଦ୍ୱିତୀୟ ସନ୍ତାନର ପିତା-ମାତା ହୋଇଛନ୍ତି କପିଲ ଶର୍ମା ଏବଂ ଗିନ୍ନି ଚତରଥ୍ ।
ହେଲେ ପୁଅ ଜନ୍ମ ହେବାର ଏତେ ଦିନ ପର୍ଯ୍ୟନ୍ତ ପୁଅର ନାଁ କ’ଣ ରଖିଛନ୍ତି , ତାର ଖୁଲାସା କରିନଥିଲେ ସେ । ଏତେ ଦିନ ପରେ ଏବେ ପୁଅ ନାଁର ଖୁଲାସା କରିଛନ୍ତି କପିଲ ଶର୍ମା । ପ୍ରକାଶ ଥାଉକି, କପିଲ ଶର୍ମାଙ୍କ ଜନ୍ମଦିନ ଅବସରରେ ସିଙ୍ଗର ନିତି ମୋହନ୍ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ , ପୁଅ ନାଁ ପଚାରିଥିଲେ ।
ନିତି ମୋହନ୍ ଲେଖିଥିଲେ ଯେ, ‘ହାପି ବର୍ଥ ଡେ କପିଲ ପାଜି । ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଢେର୍ସାରା ଭଲପାଇବା । ଏବେ ତ ପୁଅର ନାଁ କୁହନ୍ତୁ । ଏହାପରେ କପିଲ ଶର୍ମା ନିତି ମୋହନଙ୍କ ଟ୍ୱିଟ୍ର ଜବାବ୍ ଦେଇ ଲେଖିଥିଲେ ଯେ, ଧନ୍ୟବାଦ୍ ନିତି,ଆଶା କରୁଛି ତୁମେ ତୁମର ଧ୍ୟାନ ରଖୁଥିବ । ଆମେ ପୁଅର ନାଁ ରଖିଛୁ ତ୍ରିଶାନ୍ । ପ୍ରକାଶ ଥାଉକି ତ୍ରିଶାନର ମାନେ ହେଉଛି ଜିତ୍ ,ବିଜୟ ।