ଜାମିନ ମିଳିବା ପରେ, କରଣ କହିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କୁ ଧମକ ଦେଇଥିଲେ ଏବଂ ମୁଣ୍ଡକୁ କାନ୍ଥରେ ପିଟି, ଆଘାତ କରି ତାଙ୍କୁ ଫସାଇଥିଲେ । ଏତେ ବର୍ଷର ବିବାହରେ ଏପରି କିଛି ହେବା ଅତି ଦୁଃଖର କଥା ବୋଲି କରଣ କହିଛନ୍ତି । ଗତ ଏକ ମାସରୁ ଆମ ଭିତରେ କିଛି ଠିକଠାକ୍ ଚାଲି ନଥିଲା । ମୁଁ ଭାବୁଥିଲି ଆମେ ଅଲଗା ହୋଇଯିବା ଉଚିତ୍ , କି କ’ଣ କରିବା ଦରକାର । ମୁଁ ସବୁକିଛି ଠିକ୍ କରିବାକୁ ଚେଷ୍ଟା କରୁଥିଲି । ଏହାକୁ ନେଇ ଆମ ଭିତରେ ଆଲୋଚନା ଚାଲିଥିଲା ।
କରଣଙ୍କ କହିବା ଅନୁଯାୟୀ, ‘ନିଶାଙ୍କ ଭାଇ ରୋହିତ ସେଠିୟା ସବୁକିଛି ଠିକ୍ କରିବାକୁ ଆସିଥିଲେ । ସେମାନେ ଭାଇ ଭଉଣୀ ଦୁହେଁ ଆଲିମନୀ ଏମାଉଣ୍ଟ ଦାବି କରିଥିଲେ । ଯାହାକି ବହୁତ୍ ଅଧିକ ଥିଲା । ମୋ ପାଇଁ ଏହା ସମ୍ଭବ ନୁହେଁ ବୋଲି ମୁଁ କହିଥିଲି । ଏହାକୁ ନେଇ ସେ କହିଥିଲେ ଏହାକୁ ଆଇନଗତ କରିବା ପାଇଁ । ମୁଁ ମଧ୍ୟ କହିଥିଲି ହଁ ଏହାକୁ ଆଇନଗତ କରିବା କରିବା ।
ଆଗକୁ ସେ ଏକଥା ମଧ୍ୟ କହିଛନ୍ତି ସେ, ଏହାପରେ ମୁଁ ମୋ ରୁମକୁ ଆସି ମୋ ମା’ଙ୍କ ସହିତ କଥା ହେଉଥିଲି । ସେତେବେଳେ ନିଶା ରୁମକୁ ଆସି ମୋ ପ୍ୟାରେଣ୍ଟସ ଓ ମୋ ଭାଇଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଥିଲେ । ଖୁବ୍ ଜୋରରେ ଚିଲାଇଥିଲେ ସେ । ସେ ମୋ ଉପରେ ଛେପ ପକାଇଥିଲେ । ଏହାପରେ ମୁଁ ତାଙ୍କୁ ବାହାରକୁ ଯିବା ପାଇଁ କହିଥିଲି । ତ ସେ ମତେ ଧମକ ଦେଇଥିଲେ ଯେ, ଦେଖ ମୁଁ ଏବେ କ’ଣ କରୁଛି । ଏହାପରେ ସେ ବାହାରକୁ ଚାଲିଯାଇ , କାନ୍ଥରେ ନିଜ ମୁଣ୍ଡ ପିଟିଥିଲେ । ଏହାପରେ କହିଥିଲେ କି ମତେ କରଣ ମାରିଛନ୍ତି ।
ଆଗକୁ ସେ କହିଥିଲେ ଯେ, ନିଶାଙ୍କ ଭାଇ ମତେ ହାତ ଉଠାଇଥିଲେ । ମୁଁ ତାଙ୍କୁ କ୍ୟାମେରା ଯାଂଚ କରିବାକୁ କହିଥିଲି । ହେଲେ ତା ପୂର୍ବରୁ କ୍ୟାମେରା ବନ୍ଦ ଥିଲା । ସେ ଭିଡିଓ ରେକଡିଂ କରିବା ଆରମ୍ଭ କରି ପୁଲିସକୁ ଡାକିଥିଲେ । କିନ୍ତୁ ପୁଲିସ କିଛି କଲେ ନାହିଁ , କାହିଁକି ନାଁ ସେମାନେ ମଧ୍ୟ ଜାଣିଛନ୍ତି ସତ କ’ଣ ।