ଫଟୋ ଶେୟାର କରି କରୀନା ଲେଖିଛନ୍ତି, ତୁମେ କଣ କରୁଛ? କିଛି ନୁହେଁ….ମୁଁ ମୋ ନୂଆ ସାଙ୍ଗମାନଙ୍କ ସହ ଏଞ୍ଜୟ କରୁଛି। ବେବୋଙ୍କ ଏହି କ୍ୟାପସନ ଦେଖି ଫ୍ୟାନମାନେ ଭାବିବାରେ ଲାଗିପଡ଼ିଛନ୍ତି କି, କିଏ କରୀନାଙ୍କ ନୂଆ ବନ୍ଧୁ। କରୀନା କ୍ୟାପସନ ସହିତ ଇମୋଜୀ ମଧ୍ୟ ବ୍ୟବହାର କରିଛନ୍ତି। ଏହି ଇମୋଜୀ ମଧ୍ୟରୁ ସେ ଏକ ଜେବ୍ରାର ଇମୋଜୀ ବ୍ୟବହାର କରିଛନ୍ତି। ଯେଉଁଥିରୁ ଜଣାପଡ଼ିଛି ଜେବ୍ରା ହେଉଛି ବୋଧେ ନୂଆ ବନ୍ଧୁ। କରୀନା ବୋଧେ ଏମାନଙ୍କ କଥା କହୁଛନ୍ତି। କରୀନାଙ୍କ ଏହି ପୋଷ୍ଟକୁ ଏଯାଏ ୩ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି।
ଏହି ଫଟୋରେ କରୀନା ଏକ ଡେନିମ ଲୁକରେ ଖୁବ ସୁନ୍ଦର ଦିଶୁଛନ୍ତି। ଜଣେ ୟୁଜର୍ସ ଫଟୋରେ କମେଣ୍ଟ କରି କହିଛନ୍ତି ଓଃ ମାଇଁ ଗଡ। ତୁମେ ବହୁତ ସୁନ୍ଦର ଦିଶୁଛ। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ମ୍ୟାମ ଆପଣ ଜେବ୍ରା କଥା କହୁଛନ୍ତି ନା। ତେବେ ଆଉ କିଛି ୟୁଜର୍ସ କରୀନାଙ୍କୁ କେନିଆରେ ଥିବାରୁ ସ୍ବାଗତ ଜଣାଇଛନ୍ତି।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ