ଏହି ଫଟୋରେ କରୀନା ଏକ ସୋଫାରେ ରିଲାକ୍ସ ହୋଇ ବସିଛନ୍ତି , ଆଉ ତାଙ୍କ ମା ତାଙ୍କ ମୁଣ୍ଡ ମାଲିସ୍ କରୁଛନ୍ତି । ତାଙ୍କ ମା ଏକ ପିଙ୍କ୍ କଲର କାଜୁଆଲ ଡ୍ରେସରେ ମଧ୍ୟ ନଜର ଆସୁଛନ୍ତି । ଭାଇରାଲ ହୋଇଥିବା ଏହି ଫଟୋରେ କରୀନାଙ୍କ ପ୍ରେଗନେନ୍ସିର ଖୁସି ଦେଖିବାକୁ ମିଳୁଛି । ଏହି ଫଟୋରେ କେବଳ ପ୍ରଶଂସକ ନୁହଁନ୍ତି ବରଂ କିଛି ସେଲିବ୍ରେଟି ମଧ୍ୟ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।
କରୀନା କପୁର ନିକଟରେ ଫିଲ୍ମ ‘ଲାଲ୍ ସିଂ ଚଢା’ର ସୁଟିଂ ସାରି ଦିଲ୍ଲୀରୁ ମୁମ୍ବାଇ ଫେରିଛନ୍ତି । ଏହି ଫିଲ୍ମରେ କରୀନାଙ୍କ ସହିତ ଅମୀର ଖାନ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ୨୦୨୦ରେ ରିଲିଜ୍ ହେବାକୁ ଥିବାବେଳେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହା ୨୦୨୧ରେ ରିଲିଜ୍ କରାଯିବ ।