ମନ କି ବାତରେ ପ୍ରଶଂସା ପାଇଥିବା ସିଲୁ ସାରଙ୍କ ସହ ସ୍ୱତନ୍ତ୍ର ଆଲୋଚନା
ନୂଆଦିଲ୍ଲୀ : ଅଭିନେତ୍ରୀ କରୀନା କପୁର ଏବେ ତାଙ୍କର ପ୍ରେଗନେନ୍ସି ସମୟକୁ ବେଶ ଏନଜଏ କରୁଥିବା ନଜର ଆସୁଛନ୍ତି । ଖୁବ୍ ଶୀଘ୍ର ସେ ଦ୍ୱିତୀୟ ସନ୍ତାନର ମା’ ହେବାକୁ ଯାଉଛନ୍ତି । ତେବେ ସୋମବାର ଦିନ ,ମାନେ ଆଜି କ୍ଲିନିକ୍ ବାହାରେ ନଜର ଆସିଥିଲେ କରୀନା । କ୍ଲିନିକ ବାହାରେ ତାଙ୍କର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଫଟୋରେ ସେ ଏକ ହ୍ୱାଇଟ କଲର ଡ୍ରେସ ପିନ୍ଧିଥିବାର ନଜର ଆସୁଛନ୍ତି । ଏହି ଫଟୋରେ ସେ ଗାଡିରୁ ବାହାରକୁ ବାହାରୁ ଥିବା ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି,କରୀନା ତାଙ୍କର ଚେକ୍ଅପ୍ ପାଇଁ ସବୁବେଳେ କ୍ଲିନିକ୍ ଯାଆନ୍ତି । ବଲିଉଡ ଲାଇଫ ଖବର ମୁତାବିକ୍,ଆସନ୍ତା ସପ୍ତାହରେ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି କରୀନା ।
ଖବର ଅନୁଯାୟୀ,କରୀନା ତାଙ୍କର ଆସିବାକୁ ଯାଉଥିବା ବେବି ପାଇଁ ରୁମ୍ ମଧ୍ୟ ଡେକୋରେଟ କରିଛନ୍ତି । ସେ ତାଙ୍କର ଦ୍ୱିତୀୟ ସନ୍ତାନକୁ ନେଇ ମଧ୍ୟ ବେଶ ଏକ୍ସସାଇଟେଡ୍ ଅଛନ୍ତି ।