ଏ ସରକାର ହେଉଛନ୍ତି ମିଛ ପ୍ରବଞ୍ଚନାର ସରକାର...
ନୂଆଦିଲ୍ଲୀ : ଓସ୍କାର ଦୌଡରେ ସାମିଲ ହୋଇଛି ଭାରତୀୟ ସର୍ଟ ଫିଲ୍ମ’ବିଟ୍ଟୁ’ । କରିସ୍ମା ଦେବଙ୍କ ନିର୍ଦ୍ଦେଶିତ ଏକତା କପୁର, ଗୁନିତ୍ ମୋଙ୍ଗା,ତାହିରା କଶ୍ୟପଙ୍କ ଅଭିନୀତ ଏହି ସର୍ଟ ଚଳଚିତ୍ର ଲାଇଭ୍ ଆକ୍ସନ୍ ସର୍ଟଫିଲ୍ମ କାଟାଗୋରୀ ପାଇଁ ଓସ୍କାର ପୁରସ୍କାର ନୋମିନି ତାଲିକାରେ ସାମିଲ ହୋଇଛି ।
ଏହାର କାହାଣୀ ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏକ ୮ ବର୍ଷର ବାଳିକା କିପରି ନିଜ ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଲଢେଇ କରିଛନ୍ତି ତାକୁ ଏଥିରେ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ , ଏହା ସହିତ ୨ ସ୍କୁଲ ସାଙ୍ଗଙ୍କ ବନ୍ଧୁତା ମଧ୍ୟ ଏଥିରେ ଦେଖିବାକୁ ମିଳିଛି ।
ଏକତା କପୁରଙ୍କ ସମେତ ଫିଲ୍ମର ପୁରା ଟିମ୍ ବେଶ ଉତ୍ସାହି ଅଛନ୍ତି । ଏକତା କହିଛନ୍ତି ଯେ,’ ଓମେନ୍ ରାଇଜିଂ ପ୍ରୋଜେକ୍ଟରେ ଏହା ହେଉଛି ତାଙ୍କ ପ୍ରଥମ ଚଳଚିତ୍ର । ଆସନ୍ତା ୨୫ ଏପ୍ରିଲରେ ଆମେରିକାର ଲସ୍ ଏଞ୍ଜଲସରେ ଏହି ପୁରସ୍କାର ଉତ୍ସବ ଆୟୋଜନ କରାଯିବ ।