ଏହି ଖୁସି ମୁଁ ବ୍ୟକ୍ତ କରିପାରିବିନି। ଶାନ୍ତି କେବଳ ଏହିଠାରେ ଅଛି। ଆତ୍ମା ଆଉ ପରମାତ୍ମାଙ୍କର ମିଳନ ବୋଧେ ଏହିଠାରେ ହୁଏ। ଏତେ ଶାନ୍ତି ଯେ, ଏଠାକୁ ମୁଁ ଅନେକଥର ଆସିଛି। କିନ୍ତୁ ଥରେ ଆସିଲେ ଆଉ ଯିବାକୁ ମନ ହୁଏନି। ଗଙ୍ଗାର କୁଳୁକୁଳୁ ନାଦ ମୋତେ ସବୁ ଭୂଲାଇ ଦେଇଛି। ପାହାଡ଼ର ସବୁଜ କ୍ଷେତରେ ହଜିଯିବାକୁ ମନ ହେଉଛି। କରିସ୍ମା ଏକ ହ୍ବାଇଟ ଏବଂ ରେଡ କଲର ଡ୍ରେସ ପିନ୍ଧିଛନ୍ତି। ସୂର୍ଯ୍ୟାସ୍ତରେ କରିସ୍ମାଙ୍କ ଲୁକ ମଧ୍ୟ କିଛି କମ ମନଲୋଭା ନୁହେଁ। ୯୦ଦଶକର ହିଟ ଅଭିନେତ୍ରୀ ହେଉଛନ୍ତି କରିସ୍ମା। ଗୋବିନ୍ଦା-କରିସ୍ମାଙ୍କ ଯୋଡ଼ି ପାଇଁ ଦର୍ଶକ ପାଗଳ। ତାଙ୍କର ସବୁ ସଙ୍ଗ ଏବଂ ଡ୍ୟାନ୍ସରେ ଲୋକେ ମତୁଆଲା ହୋଇଯାଆନ୍ତି।
ଋଷିକେଶ ତାଙ୍କ ମନକୁ ଅତ୍ୟନ୍ତ ଖୁସି କରିଛି ସେ ଆହୁରି ମଧ୍ୟ ଲଖିଛନ୍ତି `ମେରା ଦିଲ କହିଁ ପାହାଡୋଁ ମେ ଖୋ ଗୟା ହୈ’। ଏହାସହ ସେ ଲେଖିଛନ୍ତି ଫଟୋ ଟି ଦୁଇ ଦିନ ପୁରୁଣା। ଗଙ୍ଗା କୂଳରେ ସେ ବହୁ ସାରା ରିଲ କରିଛନ୍ତି। ଯାହା ପ୍ରଶଂସକଙ୍କ ମଧ୍ୟ ହୃଦୟ କିଣି ନେଉଛି। ତାଙ୍କ ଫଟୋ ଗୁଡ଼ିକୁ ଇନଷ୍ଟା ୟୁଜର୍ସ ମାନେ ଢେର ସାରା କମେଣ୍ଟ କରିଛନ୍ତି।