ଏସସିବି ନର୍ସିଂ କଲେଜ ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ବିରୋଧ...
ନୂଆଦିଲ୍ଲୀ : ଅଭିନେତା kartik aaryanଙ୍କ ଅପ୍କମିଙ୍ଗ ଫିଲ୍ମ ‘ଧମାକା’ର ଟିଜର ରିଲିଜ୍ ହୋଇ ଯାଇଛି । ଏହି ଫିଲ୍ମରେ କାର୍ତ୍ତିକ୍ ଏକ ପତ୍ରକାର ଭୂମିକାରେ ନଜର ଆସିବେ । ଫିଲ୍ମଟି ଡିରେକ୍ଟ କରିଛନ୍ତି ରାମ୍ ମାଧବାନୀ । ଫିଲ୍ମଟି ନେଟ୍ଫ୍ଲିକ୍ସରେ ରିଲିଜ୍ ହେବ । ଟିଜର୍ ରିଲିଜ୍ କରି କାର୍ତ୍ତିକ୍ ଲେଖିଛନ୍ତି ଯେ, ମେଁ ଅର୍ଜୁନ୍ ପାଠକ୍,ଜୋ ଭି କହୁଙ୍ଗା ସଚ୍ କହୁଙ୍ଗା ।
ଟିଜରରେ କାର୍ତ୍ତିକ୍ଙ୍କ ଜବରଦସ୍ତ ଏକ୍ସପ୍ରେସନ୍ସକୁ ଫ୍ୟାନ୍ସ ମାନେ ବେଶ ପସନ୍ଦ କରୁଛନ୍ତି । ଫିଲ୍ମର କାହାଣୀ ବେଶ ହୃଦୟସ୍ପର୍ଶି ରହିଛି । ଏଥିରେ ଏକ ଅଲଗା ଅନ୍ଦାଜରେ ନଜର ଆସିବେ ଅଭିନେତା କାର୍ତ୍ତିକ ।
ପ୍ରକାଶ ଥାଉକି, ୨୦୨୦ ଡିସେମ୍ବର ୧୨ରେ କାର୍ତ୍ତିକ ଏହାର ସୁଟିଂ ଆରମ୍ଭ କରିଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସେ ଏହାର ସୂଚନା ଦେଇଥିଲେ । ଫିଲ୍ମର ଟିଜର ରିଲିଜ୍ ହୋଇଯାଇଛି, ହେଲେ ଫିଲ୍ମ କେବେ ରିଲିଜ୍ ହେବ ତାକୁ ନେଇ କୌଣସି ସୂଚନା ଦିଆ ଯାଇନାହିଁ ।