
ଅର୍ଗସ ବ୍ୟୁରୋ: ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନିଜ ଦମଦାର ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ। ବିଟାଉନ୍ରେ ଏକମାତ୍ର ଏଲିଜିବଲ ହ୍ୟାଣ୍ଡସମ୍ କହିଲେ ଅତ୍ୟୁକ୍ତି ହେବନାହିଁ। ନିକଟରେ ଭୁଲ ଭୁଲେୟା-୨ର ସଫଳତା ପରଠୁ ସେ ଚର୍ଚ୍ଚାରେ ରହିଆସିଛନ୍ତି। ବର୍ତ୍ତମାନ କାର୍ତ୍ତିକ ସାଉଥ୍ ସିନେମାର ସୁପର୍ହିଟ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଦୁହେଁ ପାଖାପାଖି ଛିଡ଼ା ହୋଇଥିବା ନଜରକୁ ଆସିଛନ୍ତି। ତେବେ ଏହି ଫଟୋ ଶେୟାର କରି କାର୍ତ୍ତିକ ଲେଖିଛନ୍ତି, ମିଟ୍ ମାଇଁ ପାର୍ଟନର। ଏହି ଫଟୋ ଦେଖିବାପରେ ଫ୍ୟାନମାନଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି। ଫ୍ୟାନମାନେ ଦୁହିଁଙ୍କୁ ଏକାଠି ପ୍ରୋଜେକ୍ଟରେ ଦେଖିବେ ବୋଲି ଉତ୍ସାହିତ ଅଛନ୍ତି। କିନ୍ତୁ ସେମିତି କିଛି ନୁହେଁ । ପ୍ରକୃତରେ ଏହି ସୁନ୍ଦର ଯୋଡ଼ି ଏକ ବିଜ୍ଞାପନ ପାଇଁ ଏକାଠି କାମ କରୁଛନ୍ତି। ଯେଉଁଥିପାଇଁ କାର୍ତ୍ତିକ ଏହାର ଫଟୋ ଇନ୍ଷ୍ଟାରେ ଶେୟାର କରିଛନ୍ତି। ଏହି ଫଟୋରେ କାର୍ତ୍ତିକ ଏକ କଫି ରଙ୍ଗର କୋଟ-ପ୍ୟାଣ୍ଟ ଏବଂ ରଶ୍ମିକା ଏକ ପିଙ୍କ୍ କଲର ସୁନ୍ଦର ଗାଉନରେ ନଜର ଆସିଛନ୍ତି।
