ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ତାଙ୍କ ଫିଲ୍ମ ସହିତ, ତାଙ୍କ ଷ୍ଟାଇଲକୁ ନେଇ ବେଶ ପରିଚିତ । ତାଙ୍କର ଫଟୋ ହେଉ ବା ଭିଡିଓ, ସବୁବେଳେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥାଏ । ନିକଟରେ ସେ ରେଡ୍ ଆଉଟ୍ଫିଟ୍ରେ ଏକ ବିଚ୍ରେ ବସି ସେ ତାଙ୍କର ଫଟୋସୁଟ୍ କରାଇଛନ୍ତି । ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଂଟରେ ସେ ତାଙ୍କର ଏହି ଫଟୋ ସେୟାର କରିଛନ୍ତି । ଏଥିରେ ତାଙ୍କ ଲୁକ୍ ଓ ତାଙ୍କ ଅନ୍ଦାଜ୍କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଏହି ଫଟୋକୁ ନେଇ ଅନେକ୍ ପ୍ରଶଂସକ ପ୍ରଶଂସା ମଧ୍ୟ କରିବାରେ ଲାଗିଛନ୍ତି । ଏଥିରେ ସେ ଏକ ରେଡ୍ ଡ୍ରେସରେ ସମୂଦ୍ର କୂଳରେ ବାଲି ଉପରେ ବସି, ଫଟୋସୁଟ୍ କରିଥିବା ନଜର ଆସୁଛନ୍ତି । ଏଥିରେ ତାଙ୍କ ଲୁକ୍ ସହିତ ତାଙ୍କ ଏକ୍ସପ୍ରେସନ୍ ଖୁବ୍ ସୁନ୍ଦର ଦେଖିବାକୁ ମିଳୁଛି । ତାଙ୍କର ଏହି ଫଟୋକୁ ୨ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି ।
ସୂଚନାଯୋଗ୍ୟ : ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବେ ମାଲ୍ଦୀବ୍ରେ ଅଛନ୍ତି । ସେଠାରେ ରହି ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ସେ ତାଙ୍କର ଫ୍ୟାନ୍ସମାନଙ୍କ ସହ ଯୋଡିହୋଇ ରହୁଛନ୍ତି ।