ଦସାରା ମୁଭି ସେଟରେ ନାନୀଙ୍କ ସହ କୀର୍ତ୍ତିଙ୍କ ମସ୍ତିର ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ କୀର୍ତ୍ତିଙ୍କ ସରଳ ସ୍ବଭାବର ଲୋକେ ଦିଓ୍ବାନା ହୋଇଛନ୍ତି।
ଅଭିନେତ୍ରୀ କୀର୍ତ୍ତି ସୁରେଶ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି। ସୁଟିଂ ସେଟରେ ହୋଇଥିବା ମସ୍ତି ଭିଡିଓକୁ ସେ ତାଙ୍କ ଇନଷ୍ଟାରେ ଶେୟାର କରିଥାଆନ୍ତି। ଏହି ଭିଡିଓରେ ସେ ଗାଁରେ ଥିବା ମଇଁଷି ଏବଂ କୁନି କୁନି ଛେଳି ଛୁଆଙ୍କୁ ଗେଲ କରୁଥିବା ଦେଖାଯାଇଛି। ଭିଡିଓକୁ ସମସ୍ତେ ପସନ୍ଦ କରୁଛନ୍ତି। ଫିଲ୍ମରେ କୀର୍ତ୍ତିଙ୍କ ଲୁକ୍ସ ଏକ ଗାଁର କାହାଣୀକୁ ନେଇ ହୋଇଛି। କୀର୍ତ୍ତଙ୍କ ସବୁ ମୁଭିରେ ତାଙ୍କ ଆକ୍ଟିଂ ଖୁବ ଜବରଦସ୍ତ ହୋଇଥାଏ। ତାଙ୍କର ସବୁ ଫିଲ୍ମକୁ ମଧ୍ୟ ଫ୍ୟାନମାନେ ବେଶ ଭଲ ପାଇବା ଦେଇଥାଆନ୍ତି। ଦସାରା ହିଟ ହେବ ବୋଲି କୀର୍ତ୍ତି ବେଶ ଆଶାବାଦୀ ଅଛନ୍ତି। ତେବେ ଦେଖାଯାଉ ଫିଲ୍ମ ଦର୍ଶକଙ୍କୁ କେତେ ଭଲ ଲାଗୁଛି।
ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ