ତେବେ ଅକ୍ଷୟ ନିଜ ଫିଲ୍ମ `ଶଙ୍କରା'ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୋମବାର ଅକ୍ଷୟଙ୍କୁ ଦିଲ୍ଲୀର ଜାମା ମସଜିଦରେ ସ୍ପଟ କରାଯାଇଥିଲା। ଟ୍ବିଟରର ଫ୍ୟାନ ପେଜରେ ଅକ୍ଷୟଙ୍କର ଏକ ଲାଟେଷ୍ଟ ଭିଡିଓ ଶେୟାର କରାଯାଇଥିଲା। ଯେଉଁଥିରେ ଅକ୍ଷୟ ଡାର୍କ ଗ୍ରେ ଶର୍ଟ ଏବଂ ବ୍ଲୁ ପ୍ୟାଣ୍ଟରେ ନଜର ଆସିଛନ୍ତି। ଅକ୍ଷୟଙ୍କୁ ଦେଖିକି ଫ୍ୟାନମାନେ ଚିଲାଇବାରେ ଲାଗିଥିଲେ। ଅକ୍ଷୟ ବି ଫ୍ୟାନମାନଙ୍କୁ ଏକ୍ସାଇଟମେଣ୍ଟକୁ ନିରାଶ ହେବାକୁ ଦେଲେନି। ଅକ୍ଷୟ ଗୋଟିଏ ଦୋକାନକୁ ଯାଇ ଫ୍ୟାନମାନଙ୍କ ସହ ହାତ ମିଶାଇଥିଲେ। ଫ୍ୟାନମାନେ ତାଙ୍କୁ ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ସେ ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ତେବେ ପ୍ରକାଶ ଥାଉ କି, ନିକଟରେ ଅକ୍ଷୟ ତାଙ୍କର ଏକ ଫିଲ୍ମ ଶୁଟିଂ ପାଇଁ ଉତ୍ତରାଖଣ୍ଡ ପହଞ୍ଚିଥିଲେ। ଅକ୍ଷୟ ଉତ୍ତରାଖଣ୍ଡରେ ପହଞ୍ଚି ବାବା କେଦାରନାଥ, ବଦ୍ରିନାଥ ଏବଂ ଜାଗେଶ୍ବର ଧାମରେ ପହଞ୍ଚି ବାବାଙ୍କ ଶରଣରେ ପୂଜାର୍ଚ୍ଚନା କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର