ଏହି ଫଟୋ ସେୟାର କରି ସୁୟଶ୍ ଲେଖିଛନ୍ତି ଯେ, ମୁଁ ତୁମ ପିଲାର ବାପା ହେବାକୁ ଯାଉଛି ,କେବଳ ଅଗଷ୍ଟକୁ ଅପେକ୍ଷା । ଫଟୋରେ ୨୦୨୧,ଅଗଷ୍ଟ ଲେଖା ରହିଛି । ସମୂଦ୍ର କୂଳରେ ଏହି ଫଟୋଟି କ୍ଲିକ୍ କରାଯାଇଛି ।
ଏହା ସହିତ କିଶ୍ୱର ଲେଖିଛନ୍ତି ଯେ, ଏବେ ଆପଣମାନଙ୍କୁ ଆମ ପିଲା ବିଷୟରେ ପ୍ରଶ୍ନ ପଚାରିବା ବନ୍ଦ କରିବା ଦରକାର । ଅଗଷ୍ଟରେ ଆସିବାକୁ ଯାଉଛି ନୂଆ ସଦସ୍ୟ । ଦୁହିଁଙ୍କର ଏହି ପୋଷ୍ଟରେ ତାଙ୍କ ଫ୍ୟାନ୍ସମାନଙ୍କ ସମେତ ଅନେକ୍ କଳାକାର ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ପ୍ରକାଶ ଥାଉକି, ଦୁହେଁ ହେଉଛନ୍ତି ଟିଭି ଷ୍ଟାର୍ । ଏବଂ କିଛି ସିରିଏଲରେ ମଧ୍ୟ କାମ କରିଛନ୍ତି । ଟିଭି ଶୋ’ ‘ପ୍ୟାର କି ୟେ ଏକ୍ କାହାନୀ’ ସେଟରେ ଦୁହିଁଙ୍କର ପ୍ରଥମ ଦେଖା ହୋଇଥିଲା । ଏହାପରେ ଦୁହିଁଙ୍କ ଫ୍ରେଣ୍ଡସିପ୍ ଧିରେଧିରେ ପ୍ରେମର ରୂପ ନେଲା । ଏହାପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।