ବନ୍ଧୁ ଏମିତି ବାମ୍ଫ ଦେଇଛି, ନା ସହି ହେଉଛି ନା କହି ହେଉଛି
ନୂଆଦିଲ୍ଲୀ : ଅଭିନେତ୍ରୀ କ୍ରିତି ସାନନ୍ ଏବଂ ଅଭିନେତା ଟାଇଗର ଶ୍ରଫ୍ଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର । ଦୁହେଁ ଖୁବ୍ ଶୀଘ୍ର ଏକାଠି ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି । ‘ଗଣପଥ୍’ରେ ଦୁହେଁ ଏକାଠି ନଜର ଆସିବେ । ଟାଇଗର ଶ୍ରଫଙ୍କ ସହିତ କ୍ରୀତି ସାନନ୍ ଏଥିରେ ଲିଡ ରୋଲରେ ନଜର ଆସିବେ ।
ଫିଲ୍ମର ପୋଷ୍ଟର ମଧ୍ୟ ସାମ୍ନାକୁ ଆସି ସାରିଛି । ‘ଗଣପଥ‘ରେ କ୍ରିତି ସାନନ୍ଙ୍କ କ୍ୟାରେକ୍ଟର ନାଁ ହେବ ଜସି । ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ସେ ଏହାର ସୂଚନା ଦେଇଛନ୍ତି । ତାଙ୍କର ଏହି ପୋଷ୍ଟରକୁ ଫ୍ୟାନ୍ସମାନେ ବେଶ ପସନ୍ଦ କରିବା ସହିତ ,ନିଜ ନିଜର ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି ।
୨୦୨୨ରେ ଏହି ଫିଲ୍ମ ରିଲିଜ୍ ହେବ । Vikas Bahlଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ବିଗ୍ ବଜେଟର ଏହି ଫିଲ୍ମଟି ନିର୍ମାଣ ହେବାକୁ ଯାଉଛି । ଏଥିରେ ଆକ୍ସନ୍ ଭରପୁର ଥିବା ଦେଖିବାକୁ ମିଳିବ ।