ଅଧିକ ମନୋରଞ୍ଜନ ଖବର ପଢ଼ନ୍ତୁ: ରାଜନୀତିକୁ ସୋନୁ ସୁଦଙ୍କ ନା
ସଲମାନ ଯଦି ତାଙ୍କ ଅହଙ୍କାର ଛାଡ଼ି ଏହି କାର୍ଯ୍ୟ ପାଇଁ ବିଷ୍ଣୋଇ ସମାଜକୁ କ୍ଷମା ନ ମାଗନ୍ତି ତେବେ ତାଙ୍କୁ ପରିଣାମ ଭୋଗିବାକୁ ପଡ଼ିବ। ସଲମାନଙ୍କ ଅହଙ୍କାର ଭାଙ୍ଗିବା ଲାଗି ସେ କାହା ଉପରେ ନିର୍ଭର କରିବେ ନାହିଁ ବୋଲି ଲରେନ୍ସ କହିଛନ୍ତ। ବର୍ଷକ ପୂର୍ବରୁ ସଲମାନଙ୍କ ପିତା ସଲିମ ଖାନଙ୍କୁ ମଧ୍ୟ ଏହିଭଳି ଧମକ ମିଳିଥିଲା। ଜଣେ ଅଜଣା ବ୍ୟକ୍ତି ଏକ ଚିଠି ମାଧ୍ୟମରେ ସଲିମଙ୍କୁ ହତ୍ୟା ଧମକ ଦେଇଥିଲେ। ଏହାକୁ ନେଇ ମୁମ୍ବାଇ ପୋଲିସ ନିକଟରେ ମାମଲା ରୁଜୁ ହୋଇଥିଲା। ସଲିମଙ୍କୁ ମିଳିଥିବା ହତ୍ୟା ଧମକର ଚିଠି ଲରେନ୍ସ ବିଷ୍ଣୋଇ ଗୋଷ୍ଠୀ ପକ୍ଷରୁ ଦିଆଯାଇଥିଲା ବୋଲି ଆଶଙ୍କା କରାଯାଉଛି। ଏହି ଘଟଣା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା।