ସଵୁ ସମ୍ପର୍କରେ ମିଠାପଣ ଥାଏ । କିନ୍ତୁ ବନ୍ଧୁତା ଟିକେ ନିଆରା ସଂପର୍କ । ଯେଉଁ ସମ୍ପର୍କ ରେ ଥାଏ ମାନ,ଅଭିମାନ,ରାଗ,ଆଉ ଢେରସାରା ଭଲପାଇବା । ….
କେବଳ ଯେ ଭଲପାଇବା ତା ନୁହେଁ ,କେବେକେବେ ନୋକଝୋକ ବି ଲାଗି ରହିଥାଏ । ଦେଖୁନାହାନ୍ତି ଭିଡିଓରେ । ଜଣେ ସାଇକେଲ ଉପରେ ଚଢୁଛି ,ଆଉ ଜଣେ ତାକୁ ଚଢିବାରେ ସାହାଯ୍ୟ କରିବା ପାଇଁ ତଳେ ଶୋଇପଡୁଛି । ତା ସାହାଯ୍ୟରେ ଏଇ ଝିଅ ସାଇକେଲ ଉପରେ ବସୁଛି । କୁନି ଝିଅଟି । କେତେବା ଶକ୍ତି ଥିବ ତାର । ସେଥିରେ ବି ସେ ତା ସାଙ୍ଗକୁ ସାହାଯ୍ୟ କରିବାକୁ ଶୋଇପଡୁଛି । ତା ବି ଏତେ ଖରାରେ । ଏଇଥିପାଇଁ କି, ସେମାନଙ୍କ ବନ୍ଧୁତା ସେତେ ଗଭୀର ।
ବନ୍ଧୁତାର ସଂଜ୍ଞା ନଜାଣିବି ସେମାନେ ପରସ୍ପରକୁ ସାହାଯ୍ଯ କରିବାକୁ ସତେ ଯେମିତି ବଦ୍ଧ ପରିକର । ସେତିକିରେ ସରିନି । ସାଇକେଲ ରେ ବସାଇବା ପରେ ବି ସେ ସାଇକେଲକୁ ପଛପଟୁ ପେଲି ତାକୁ ସାଇକେଲ ଚଲାଇବାରେ ସାହାଯ୍ୟ କରୁଛି । ଆଉ ତା ପାଦକୁ ମଧ୍ୟ ଠିକ ଜାଗାରେ ରଖି ଦେଉଛି ।
କେତେ ମିଠା ସଂପର୍କ ସତରେ । ଆଉ କେତେ ନିଷ୍କପଟ ଭଲପାଇବା । ସତରେ ..ବନ୍ଧୁତା ଏକ ଗଭୀର ସଂପର୍କ । ଯେଉଁ ସମର୍କରେ ଥାଏ ଅନାବିଳ ସ୍ନେହ । ଆଉ ପରସ୍ପର ଠାରୁ ଦୂରେଇ ଯିବାର ଭୟ ।ଏହି ଭିଡିଓ ଦେଖିଲେ ଆପଣମାନଙ୍କ ମନ ବି ବେଶ ଖୁସି ହୋଇଯିବ ,ଆଉ ମନେ ପକାଇଦେବ ଆପଣଙ୍କ ପ୍ରିୟ ବନ୍ଧୁର କଥା ।
ଭାରତ ଖବର ଆହୁରି ପଢ଼ନ୍ତୁ ।